ହେଲିକପ୍ଟର ନହେଲେ ବି ଗାଡ଼ିରେ ବୁଲି ଲୋକଙ୍କୁ ଭେଟିବି: ବୈଜୟନ୍ତ

ସାଲେପୁର: ହେଲିକପ୍ଟର ଜବତ ଓ ଅଭିଜିତ ଆୟାରଙ୍କ ମନ୍ତବ୍ୟ ପ୍ରସଙ୍ଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ହେଲିକପ୍ଟର ନହେଲେ ବି ଗାଡ଼ିରେ ବୁଲି ଲୋକଙ୍କୁ ଭେଟି ପାରିବେ ବୋଲି ବୈଜୟନ୍ତ କହିଛନ୍ତି।

ଅଭିଜିତ ଆୟାର ତାଙ୍କ ବନ୍ଧୁ ନୁହନ୍ତି ବୋଲି ବୈଜୟନ୍ତ ସ୍ପଷ୍ଟ କରିଛନ୍ତି। ଅଭିଜିତଙ୍କ ସହ ତାଙ୍କର କେବଳ ଦୁଇ ଥର ଦେଖା ହୋଇଥିଲା ବୋଲି ବୈଜୟନ୍ତ କହିଛନ୍ତି। ସେହିପରି ବିବାଦୀୟ ମନ୍ତବ୍ୟକୁ ନେଇ ତାଙ୍କର କୌଣସି ଭୂମିକା ନାହିଁ ଓ ଅଭିଜିତ୍ ନିଜ ମନ୍ତବ୍ୟ ଲାଗି କ୍ଷମା ମାଗିବା ଦରକାର ବୋଲି ବୈଜୟନ୍ତ କହିଛନ୍ତି। ହେଲିକପ୍ଟର ଘଟଣା ଏକ ଷଡ଼ଯନ୍ତ୍ର ବୋଲି ସେ ପୁଣି ଦୋହରାଇଛନ୍ତି। ସାଲେପୁରରେ ସାଧାରଣ ଲୋକଙ୍କ ସହ ଚା’ ଖଟି ‘ହେଇଯାଉ’ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବୈଜୟନ୍ତ ଏହା କହିଛନ୍ତି।

You might also like