• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ଚଳିତ ବର୍ଷ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଭାରତୀୟ ବଂଶୋଦ୍ଭବ ଅଭିଜିତ୍ ବାନାର୍ଜୀଙ୍କ ଓଡ଼ିଶା ଲିଙ୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ୮୦ ଦଶକରେ ଅଭିଜିତ୍ ଜେଏନୟୁରେ ପାଠ ପଢ଼ୁଥିବା ବେଳେ ନିଜ ଓଡ଼ିଆ ବନ୍ଧୁଙ୍କ ସମର୍ଥନରେ ତିହାର ଜେଲ୍ ଯିବାକୁ ପଛାଇ ନଥିଲେ। କେବଳ ଏତିକି ନୁହେଁ, ଦାରିଦ୍ର୍ୟ ଦୂରୀକରଣ ଉପରେ ଗବେଷଣା ବେଳେ ବି ସେ ନିଜ ପତ୍ନୀ ତଥା ସହ-ନୋବେଲ୍ ବିଜେତା ଏଷ୍ଟାର ଡୁପ୍ଲୋଙ୍କ ସହ ଅନେକ ଥର ଓଡ଼ିଶା ଆସି ବିଭିନ୍ନ ଗାଁ ବୁଲି ଦେଖିଛନ୍ତି।

ଅଭିଜିତ୍‌ ଜେଏନ୍‌ୟୁରେ ଅର୍ଥନୀତିରେ ଡିଗ୍ରୀ ହାସଲ କରିଛନ୍ତି। ଏହି ସମୟରେ ସେ କୌଣସି ରାଜନୀତିକ ଦଳ ସହ ସମ୍ପର୍କ ରଖି ନଥିଲେ ବି ଛାତ୍ର ଆନ୍ଦୋଳନରେ ସକ୍ରିୟ ଥିଲେ। ଏହି ଛାତ୍ର ଆନ୍ଦୋଳନ ପାଇଁ ତାଙ୍କୁ ତିହାର୍ ଜେଲରେ ୧୦ ଦିନ ରହିବାକୁ ପଢ଼ିଥିଲା।

ବିଶ୍ୱ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଅଭିଜିତଙ୍କ ଜେଏନ୍‌ୟୁ ଜୀବନ ସଂପର୍କରେ ଖୁଲାସା କରିଛନ୍ତି ତାଙ୍କ ଓଡ଼ିଆ ବନ୍ଧୁ ତଥା ତତ୍କାଳୀନ ଛାତ୍ରନେତା ଏନ୍ଆର ମହାନ୍ତି। ନୋଏଡ଼ା ସ୍ଥିତ ଜାଗରଣ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ମାସ୍ କମ୍ୟୁନିକେସନର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଏନଆର ମହାନ୍ତି ନୋବେଲ ବିଜେତା ଅଭିଜିତଙ୍କ ଉପର କ୍ଲାସରେ ପଢ଼ୁଥିଲେ।

୧୯୮୨-୮୩ ମସିହାରେ ଜେଏନୟୁରେ ବାମଗଡ଼କୁ ଧୂଳିସାତ୍ କରି ଛାତ୍ର ସଂସଦ ସଭାପତି ହୋଇଥିଲେ। ସେତେବେଳେ ବିଶ୍ୱବିଦ୍ୟାଳୟ ପ୍ରଶାସନ ସହ ମତଭେଦ କାରଣରୁ ତତ୍କାଳୀନ କୁଳାଧିପତିଙ୍କ ବାସଭବନ ଆଗରେ ଧାରଣା ଦେଇ ଏନଆର ମହାନ୍ତି ଓ ଅଭିଜିତ ବାନାର୍ଜୀଙ୍କ ସମେତ ପ୍ରାୟ ୭୦୦ ଛାତ୍ର ଗିରଫ ହୋଇଥିଲେ।  ସେମାନଙ୍କୁ ତିହାର ଜେଲ ଯିବାକୁ ପଡ଼ିଥିଲା। ସେଠାରେ ପୁଲିସ୍‌ ସେମାନଙ୍କୁ ମାଡ଼ ମଧ୍ୟ ମାରିଥିଲା ବୋଲି ସେ କହିଛନ୍ତି।

ଦାରିଦ୍ର୍ୟ ଦୂରୀକରଣ ସଂପର୍କରେ ଗବେଷଣା କରୁଥିବା ବେଳେ ଅଭିଜିତ ୪-୫ ଥର ଓଡ଼ିଶା ଆସିଛନ୍ତି। ବେସରକାରୀ ସଂଗଠନ ଗ୍ରାମ ବିକାଶ ସହଯୋଗରେ ଗଞ୍ଜାମ, ଗଜପତି ଓ କଳାହାଣ୍ଡି ଜିଲ୍ଲାର ବହୁ ଗାଁ ବୁଲି ଜଳ ଓ ପରିମଳ ବ୍ୟବସ୍ଥା ଉପରେ ମଧ୍ୟ ସିଏ ଅନୁଧ୍ୟାନ କରିଥିଲେ।

ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ବେଳେ, କୋଲକାତାରେ ତାଙ୍କର ସ୍କୁଲ ଓ କଲେଜ ଜୀବନ ବିତିଥିଲା।

Abhijit-banerjees-odisha-link
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories