ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ପୁରୀ: କାର୍ତ୍ତିକ ମାସରେ ହବିଷ୍ୟାଳୀ ଓ ଶ୍ରଦ୍ଧାଳୁଙ୍କ ପାଇଁ ସହଜରେ ମିଳିବ ମହାପ୍ରସାଦ। ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ବିଶେଷ କାଉଣ୍ଟର କରି ମହାପ୍ରସାଦ ବିକ୍ରି ହେବ।

ଉତ୍ତର ଦ୍ୱାରରେ ଏକ ବଡ଼ କାଉଣ୍ଟର ହେବ। ଲୋକେ କିପରି ସାମାଜିକ ଦୂରତା ମାନିବା ସହ କରୋନା କଟକଣା ଭିତରେ ଅବଢ଼ା ନେବେ ସେ ନେଇ ବି ବ୍ୟବସ୍ଥା ହୋଇଛି। ଏ ନେଇ ସୁଆର, ମହାସୁଆର ନିଯୋଗ, ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ସରିଛି।

ଶ୍ରୀମନ୍ଦିର ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ଥିବାରୁ କାର୍ତ୍ତିକ ମାସରେ କିପରି ପତିତପାବନଙ୍କୁ ଦର୍ଶନ କରିପାରିବେ ସେ ନେଇ ବି ବ୍ୟବସ୍ଥା ପାଇଁ ଆଲୋଚନା ଚାଲିଥିବା କହିଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ।

 

You might also like