ନୀଳାଚଳ ଅବଢ଼ା ପାଇ ଆନନ୍ଦିତ ଭକ୍ତ
ପୁରୀ: ନୀଳାଚଳ ଅବଢ଼ା ପାଇ ଭକ୍ତ ଆଜି ବହୁତ ଆନନ୍ଦିତ ହୋଇଛି। ଶ୍ରୀମନ୍ଦିର ରତ୍ନବେଦୀକୁ ଶ୍ରୀଜିଉ ଫେରିବା ପରେ ଆଜି ବାହାରିଛି ନୀଳାଚଳ ଅବଢ଼ା।
ଭକ୍ତମାନେ ଯେପରି ମହାପ୍ରସାଦ ପାଇବେ, ଉତ୍ତର ଦ୍ୱାର ପାଖରେ ତାର ବ୍ୟବସ୍ଥା କରାଯାଇଛି। ଉତ୍ତର ଦ୍ୱାର ପାଖରେ ଥିବା ଖାଲି ସ୍ଥାନରେ କାଉଣ୍ଟର କରି ଟୋକନ ବ୍ୟବସ୍ଥା କରାଯାଇଛି। ଟୋକନ କିଣିବା ପରେ ଭକ୍ତଙ୍କୁ ଦିଆଯାଉଛି ଅବଢ଼ା।
ଆନନ୍ଦ ବଜାରରୁ ଅବଢ଼ା ଆଣି ଉତ୍ତର ଦ୍ୱାର ପାଖରେ ଥିବା ସ୍ଥାନରେ ବିକ୍ରି କରିବା ପାଇଁ ଆଗରୁ ପ୍ରଶାସନକୁ ସୁଆର ମହାସୁଆର ନିଯୋଗ ଅନୁରୋଧ କରିଥିଲା। ଏହି ବ୍ୟବସ୍ଥା ଦ୍ୱାରା ଭକ୍ତମାନେ ଅବଢ଼ା ପାଇ ପାରୁଛନ୍ତି।