ଆମ ଗାଁ ଆମ ବିକାଶ ଯୋଜନା ଫେଲ୍

ଗଜପତି: ଆମ ଗାଁ ଆମ ବିକାଶ ଯୋଜନାରେ ଗ୍ରାମଞ୍ଚଳର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଦୁର୍ଗମ ଅଞ୍ଚଳର ଲୋକଙ୍କ ଲାଗି ଏହି ଯୋଜନା ଏକ ପ୍ରକାର ପ୍ରହସନ ପାଲଟିଛି। ଏମିତି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ସୁଲାଗୁଡ଼ା ଗାଁରୁ।

ଗୁଲବା ପଞ୍ଚାୟତ ସୁଲାଗୁଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା। ଏହି ଗାଁକୁ  ଭଲ ରାସ୍ତା ଟିଏ ନାହିଁ।   ଜାତୀୟ ରାଜପଥଠାରୁ ୫ କୋଲିମିଟର୍  ଦୂରରେ ଥିବା ଏହି ଗାଁକୁ  ଆମ୍ବୁଲାନ୍‌ସ ଆସିପାରୁ ନଥିବା ଅଭିଯୋଗ ହୋଇଛି। କେବେଳ ଯେ ରାସ୍ତା ସମସ୍ୟା ତାହା ନୁହେଁ, ଗାଁରେ ଏଯାଏ ବିଜୁଳି ପହଞ୍ଚି ପାରି ନାହିଁ। କେବଳେ ସେତିକି ନୁହେଁ ଗାଁରେ ନଳକୂପଟିଏ ନଥିବା ବେଳେ କୂଅ ଓ ଚୁଆ ପାଣି ପିଉଛନ୍ତି ଲୋକେ।

ବହୁ ବର୍ଷର ଦାବି ପରେ ତିତ୍‌ଲି ପୂର୍ବରୁ ଗାଁରେ ମନରେଗା ଯୋଜନାରେ ମାଟି ରାସ୍ତା ନିର୍ମାଣ ହୋଇଥିଲା। ହେଲେ ତିତ୍‌ଲି ବିଭୀଷିକା ପରେ ତାହା ବି ଧୋଇ ହୋଇଯାଇଛି। ଏଣୁ ଗାଁର ସମସ୍ୟା ଦୂର ନ ହେଲେ ଲୋକେ ଭୋଟ ବର୍ଜନ କରିବାକୁ ଧମକ ଦେଇଛନ୍ତି। ଅନ୍ୟପଟେ ତୁରନ୍ତ ଗାଁରେ ସମସ୍ତ ସୁବିଧା ଯୋଗାଇବ ଲାଗି ପ୍ରତିଶ୍ରୁତି ବିଡିଓ ଦେିଛନ୍ତି।

You might also like