• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ନେଇ ହେଲିକପ୍ଟର ଉଡ଼ାଣ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ(AAI)। AAIର ସୂଚନାନୁସାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ୧୯ ମିନିଟ୍ ଉଡ଼ାଣ କରିଥିଲା। ଅପରାହ୍ନ ୩ଟା ୪୨ରେ ଉଡ଼ାଣ ଆରମ୍ଭ କରି ୪ଟା ୦୧ରେ ଉଡ଼ାଣ ଶେଷ କରିଥିଲା। ୱାର୍ମ ଅପ୍ ଟାଇମ୍ ଛାଡ଼ି ୧୯ ମିନିଟ୍ ହେଲିକପ୍ଟର ଉଡ଼ାଣ କରିଥିଲା AAI ସ୍ପଷ୍ଟ କରିଛି।

ସେହିପରି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ SOP ଅନୁଯାୟୀ, କେବଳ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଦେଶରୁ ଆସୁଥିବା ମୁଖ୍ୟମାନେ ହିଁ VVIP ଶ୍ରେଣୀରେ ପରିଗଣିତ ହୋଇଥାନ୍ତି।

ଅନ୍ୟପକ୍ଷରେ ସେହିଦିନର ପ୍ରକୃତ ଉଡ଼ାଣ ସମୟ ୧୯ ମିନିଟ୍ ଥିଲା। ସେଥିରେ ଫ୍ଳାଇଟ୍ ର ଉଡ଼ାଣ ପୂର୍ବର ଓ୍ୱାର୍ମ ଅପ୍, ଷ୍ଟାର୍ଟଅପ୍ ଓ ଅବତରଣ ପରର ଅନ୍ୟ ସମୟ ଅନ୍ତର୍ଭୁକ୍ତ ନୁହେଁ।

ପ୍ରକାଶଥାଉକି, ଗତ ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ବନ୍ୟାଞ୍ଚଳର ଯେଉଁ ଏରିୟଲ୍ ସର୍ଭେ କରିଥିଲେ ତାର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ସୂଚନା ଅଧିକାର କର୍ମୀ। ଭୁବନେଶ୍ୱର ଏୟାରପୋର୍ଟ ଅଥରିଟିଙ୍କ ତଥ୍ୟ ଆଧାରରେ ସେମାନେ ଅଭିଯୋଗ କରିଥିଲେ ଯେ, ସେହିଦିନ କେବଳ ଗୋଟିଏ ହେଲିକପ୍ଟର ମାତ୍ର ୧୯ ମିନିଟ୍‌ର ଉଡ଼ାଣ ଭରିଥିଲା। ଏତେ କମ୍ ସମୟ ମଧ୍ୟରେ ସିଏମ୍ କେଉଁ ବନ୍ୟାଞ୍ଚଳ ବୁଲିଦେଖିଲେ ବୋଲି ସେମାନେ ପ୍ରଶ୍ନ ଉଠାଇଥିଲେ।

Aai-clarification-on-chief-minister-19-minister-in-19-minutes
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories