ସରକାରଙ୍କୁ ଚୁନ ଲଗାଇ ଚାଉଳ ଲୁଟୁଛନ୍ତି ୩୧ ଲକ୍ଷରୁ ଅଧିକ ହିତାଧିକାରୀ !

ଭୁବନେଶ୍ୱର: ୩୧ ଲକ୍ଷରୁ ଅଧିକ ହିତାଧିକାରୀ ବର୍ଷ ବର୍ଷ ଧରି ସରକାରଙ୍କୁ ଚୁନ ଲଗାଇ ଟଙ୍କିକିଆ ଚାଉଳ ଲୁଟୁଛନ୍ତି। ରାସନ କାର୍ଡ ସହ ଆଧାର ସଂଯୋଗ ପାଇଁ ମାସେ ଧରି ଚାଲିଥିବା କ୍ୟାପେଂନରୁ ଏହି ତଥ୍ୟ ଜଣାପଡ଼ିବା ପରେ ଖାଦ୍ୟ ଯୋଗାଣ ବିଭାଗର ଅକଲ ଗୁଡୁମ୍ ହୋଇଯାଇଛି।

ଗୋଟିଏ ଦିନ ପରେ ସରିବ ଡେଡ୍‌ଲାଇନ। ରାସନ କାର୍ଡକୁ ଆଧାର ସହ ଲିଙ୍କ୍ କରି ନଥିଲେ ମିଳିବ ନାହିଁ ଟଙ୍କିକିଆ ଚାଉଳ।  ହେଲେ ଆଧାର ସଂଯୋଗ କରିନାହାଁନ୍ତି ଆହୁରି ୩୧ ଲକ୍ଷ ହିତାଧିକାରୀ। ଅଗଷ୍ଟ ୩ ତାରିଖ ସୁଦ୍ଧା ଏ ସଂଖ୍ୟା ଥିଲା ୩୪ ଲକ୍ଷ ୫୨ ହଜାର।

ଏହା ଭିତରେ ଲୋକଙ୍କୁ ସଚେତନ କରିବାକୁ ପ୍ରଚାରନ ଆଦି ବିଭିନ୍ନ ମାଧ୍ୟମରେ ସରକାର ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ତେବେ ପ୍ରଶ୍ନ ହେଉଛି, କାହିଁକି ଆଧାର ସଂଯୋଗ କରିବାକୁ ଆସୁନାହାଁନ୍ତି ବାକି ଥିବା ହିତାଧିକାରୀ।  ଜାଲ ଉପାୟରେ ବର୍ଷ ବର୍ଷ ଧରି ଏମାନେ ଟଙ୍କିକିଆ ଚାଉଳ ଲୁଟ କରୁଥିବାର ସନ୍ଦେହ ସୃଷ୍ଟି ହୋଇଛି।

ଏବେ ଜାଣନ୍ତୁ ବାରିପଦା ସହର ଉପକଣ୍ଠ ଶଙ୍ଗପଟାର ରେଖାରାମଙ୍କ କଥା। ଦୁର୍ଘଟଣା ପରେ ୯ ବର୍ଷ ହେଲାଣି ସେ ଶଯ୍ୟାଶାୟୀ। ରାସନ  କାର୍ଡ ସହ ଆଧାର ସଂଯୋଗ କରିପାରି ନଥିବାରୁ ଚାଉଳ ନ ମିଳିବା ଚିନ୍ତାରେ ରେଖା। ତେବେ ଏମିତି ଅସହାୟଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିଛି ଖାଦ୍ୟ ଯୋଗାଣ ବିଭାଗ।  ତେବେ ବିଭାଗର ମୁଣ୍ଡବ୍ୟଥା ବଢ଼ାଇଛନ୍ତି ଭୂତ ହିତାଧିକାରୀ। ୬ ଲକ୍ଷ ୫ ହଜାର ଭୂତ ହିତାଧିକାରୀ ଚାଉଳ ନେଉଥିବା ଖାଦ୍ୟ ଯୋଗାଣ ବିଭାଗ ପାଖରେ ତଥ୍ୟ ରହିଛି।

ଓ୍ୱାନ୍ ନେସନ୍ ଓ୍ୱାନ୍ ରାସନ୍ କାର୍ଡ ପାଇଁ ସରକାର ଅଣ୍ଟା ଭିଡ଼ିଥିବା ବେଳେ ପ୍ରଥମେ ଭୁବନେଶ୍ୱରରେ ସେପ୍ଟେମ୍ବର ୧ରୁ ଏହାକୁ ଲାଗୁ କରିବାକୁ ଯାଉଛନ୍ତି।

You might also like