ବିଜେଡି ସଭ୍ୟ ସଂଗ୍ରହ ଅଭିଯାନରେ ଆଧାର ଲିଙ୍କ୍‌କୁ ନେଇ ବିବାଦ

ଭୁବନେଶ୍ୱର : ଗଣେଶ ପୂଜାରେ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କଲା ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ପ୍ରଥମ ସଦସ୍ୟ ଭାବେ ନାଁ ପଞ୍ଜିକରଣ କଲେ। ହେଲେ ପ୍ରଥମ ଥର ପାଇଁ ଦଳର ୱେବପୋର୍ଟାଲ ସହ ନୂଆ ସଦସ୍ୟଙ୍କ ଆଧାର ଲିଙ୍କ ଯୋଜନାକୁ ନେଇ ଛିଡ଼ା ହୋଇଛି ବିବାଦ। ସରକାରୀ ସ୍ତରରେ ହିତାଧିକାରୀଙ୍କ ଆଧାର ଲିଙ୍କ ହେଉଥିବା ବେଳେ ରାଜନୈତିକ ଦଳ ଭାବେ ବିଜେଡିର ଆଧାର ଲିଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବିଜେପି ଏଥିରେ ଷଡଯନ୍ତ୍ରର ଅଭିଯୋଗ ଆଣିଥିବା ବେଳେ କଂଗ୍ରେସ କହିଛି ଏହା ଲୋକଙ୍କୁ ପ୍ରଲୋଭିତ କରି ବନ୍ଧା ରଖିବାର ବ୍ୟବସ୍ଥା।

ଏକାମ୍ର ନିର୍ବାଚନ ମଣ୍ଡଳୀର  ୫୩ ନମ୍ବର ଓ୍ୱାର୍ଡରୁ ବିଜେଡିର ପ୍ରଥମ ସକ୍ରିୟ ସଦସ୍ୟ ହେଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ମନ୍ତ୍ରୀ ଅଶୋକ ପଣ୍ଡାକୁ ମିଶାଇ ଅନ୍ୟ ୨୪ ଜଣଙ୍କୁ ସଦସ୍ୟ ବି କରାଇଛନ୍ତି ନବୀନ। ବିଜେଡି ମୁଖ୍ୟାଳୟରେ ସଦସ୍ୟ ସଂଗ୍ରହ ଅଭିଯାନର  ଶୁଭାରମ୍ଭ କରି ନବୀନ  ଲୋକଙ୍କ ଭଲମନ୍ଦ ବୁଝିବାକୁ କର୍ମୀ ଓ ନେତାଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ପ୍ରଥମ ଥର ପାଇଁ  ଦଳର ୱେବ ପୋର୍ଟାଲରେ ନୂଆ ସଦସ୍ୟଙ୍କ ଆଧାର ଲିଙ୍କ କରାଯାଉଛି। ଯାହାକୁ ନେଇ ଠିଆ ହୋଇଛି ନୂଆ ବିବାଦ। ବିଜେପି ଅଭିଯୋଗ କରିଛ ସରକାରୀ ଯୋଜନାର ଲାଭ ପାଉଥିବା ଲୋକଙ୍କ ଆଧାର ଲିଙ୍କ କରି ସେମାନଙ୍କୁ ଡରାଇବା ସହ ଅଯୋଗ୍ୟଙ୍କୁ ଯୋଗ୍ୟ କରିବା ପାଇଁ ଚକ୍ରାନ୍ତ ହୋଇଛି। କଂଗ୍ରେସ ମଧ୍ୟ ଅଭିଯୋଗ କରିଛି ସରକାରୀ ଯୋଜନା ପହଁଞ୍ଚାଇବା ନେଇ ଲୋକଙ୍କୁ ପ୍ରଲୋଭିତ କରି ବନ୍ଧା ରଖିବା ପାଇଁ ବିଜେଡି ବ୍ୟବସ୍ଥା କରିଛି।

ଗତ ଜୁଲାଇ ମାସରେ ରାଜ୍ୟ ସଭାରେ ଆଧାର ସଂଶୋଧନ ବିଲ ପାସ ହେବା ବେଳକୁ ଏଥିରେ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଅନୁସାରେ ଡାଟା ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଥିଲେ ସାଂସଦ ପ୍ରଶାନ୍ତ ନନ୍ଦ।  ପୂର୍ବରୁ ଲୋକସଭାରେ ବି ଆଧାରକୁ ବିରୋଧ କରିଥିଲେ ତଥାଗତ ଶତପଥୀ। ଅନୁସୁଚିତ ଛାତ୍ରଛାତ୍ରୀଙ୍କ ବୃତ୍ତିରେ ଡିବିଟି ଓ ଆଧାର ଲିଙ୍କ ବ୍ୟବସ୍ଥାକୁ ପୂର୍ବରୁ ଜୋରଦାର ବିରୋଧ କରିଥିଲା ବିଜେଡି।

ଏବେ ପ୍ରଶ୍ନ ଉଠୁଛି ବିଭିନ୍ନ ସମୟରେ ଆଧାର ବ୍ୟବସ୍ଥାକୁ ବିରୋଧ କରୁଥିବା ଦଳ ନିଜ ସଦସ୍ୟଙ୍କ ଆଧାର ଲିଙ୍କ କରିବାକୁ ବ୍ୟଗ୍ର କାହିଁକି ? ପରିସ୍ଥିତି ବଦଳିଗଲା ନା ଦଳର ମାନସିକତା ? ଲୋକଙ୍କ ଡାଟା ବେସକୁ ରଖି ଏହାକୁ ଦଳର କି କାମରେ ଲଗାଇବାକୁ ଚାହୁଁଛି ବିଜେଡି ? ଏସବୁ ଦିଗକୁ ନେଇ ରାଜନୈତିକ ସମୀକ୍ଷକ ପ୍ରଶ୍ନ ଉଠାଇଥିବା ବେଳେ ଦଳ କିନ୍ତୁ ସନ୍ତୋଷ ଜନକ ଉତ୍ତର ଦେଇପାରିନି।

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like