କ୍ୱାରେଣ୍ଟିନ୍‌ରେ ରହିବାକୁ କହି ବୁଲୁଥିଲେ ବଡ଼ଦାଣ୍ଡରେ, ଜାଣିଦେଲା ପ୍ରଶାସନ

ପୁରୀ: କ୍ୱାରେଣ୍ଟିନ ନିୟମ ଭଙ୍ଗ ଅଭିଯୋଗରେ ଜଣେ ପ୍ରବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ପୁରୀ ପ୍ରଶାସନ।  ବାହାର ରାଜ୍ୟରୁ ଫେରି ଯୁବକ ଜଣକ କ୍ୱାରେଣ୍ଟିନ ନିୟମ ଭାଙ୍ଗି ସହରରେ ବୁଲୁଥିବାରୁ ତାଙ୍କ ବିରୋଧରେ ମହାମାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହାସହ ତାଙ୍କୁ ପେଡ୍ କ୍ୱାରେଣ୍ଟିନରେ ଛଡ଼ାଯାଇଛି।

ପ୍ରକାଶଥାଉକି ଗତ ଜୁଲାଇ ୫ ତାରିଖରେ ତେଲେଙ୍ଗାନା ରାଜ୍ୟରୁ ସ୍ଥାନୀୟ କୁମ୍ଭାରପଡା ଅଂଚଳର ଜଣେ ଯୁବକ ନିର୍ବେନ୍ଦୁ କୁମାର ପଟ୍ଟନାୟକ ଘରକୁ ଫେରିଥିଲେ। ସ୍ଥାନୀୟ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ପଂଜିକୃତ କରାଇଥିଲେI ପରେ ନିଜ ଘରେ ସଙ୍ଗରୋଧରେ ରହିବେ ଏବଂ ଘରୁ ବାହାରିବେ ନାହିଁ ବୋଲି ଲିଖିତ ଅଣ୍ଡରଟେକିଂ ଦେବାପରେ ତାଙ୍କୁ କୁମ୍ଭାରପଡ଼ା ସ୍ଥିତ  ନିଜ ଘରେ ରହିବାକୁ ଅନୁମତି  ଦିଆଯାଇଥିଲା।

କିନ୍ତୁ ଯେତେବେଳେ ସେଠାର ୱାର୍ଡ ନୋଡାଲ ଅଫିସର ତାଙ୍କ ବାସଗୃହକୁ ସଂଗରୋଧ sticker ମାରିବାକୁ ଗଲେ, ସମ୍ପୃକ୍ତ ଯୁବକଙ୍କୁ ତାଙ୍କ ଘରେ ପାଇ ନ ଥିଲେ I ନିର୍ବେନ୍ଦୁ ସମସ୍ତ ନିୟମ ଉଲ୍ଲଙ୍ଘନ କରି ସମୁଦ୍ରକୂଳ ଏବଂ ବଡଦାଣ୍ଡରେ ବୁଲୁଥିବା ଜଣାପଡିଥିଲା। ନିର୍ବେନ୍ଦୁ ମଧ୍ୟ ନିଜ ବାହାରେ ବୁଲିବା ଫଟୋ ନିଜ ଫେସବୁକରେ ଛାଡିଥିଲେ।

ୱାର୍ଡ ନୋଡଲ ଅଫିସରଙ୍କ ଅଭିଯୋଗ ପରେ ପୌରପାଳିକାର ଅତିରିକ୍ତ  ନିର୍ବାହୀ ଅଧିକାରୀ ଏବଂ ସ୍ଥାନୀୟ ତହସିଲଦାର ନିର୍ବେନ୍ଦୁଙ୍କୁ ଘରୁ ଆଣି ସ୍ଥାନୀୟ ରୁମାନୀ ହୋଟେଲରେ paid କ୍ୱାରେଣ୍ଟିନରେ ରଖଛନ୍ତି। ଏଥିସହ ପ୍ରଶାସନ ତରଫରୁ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି I

You might also like