ଡିପ୍ରେସନ୍‌ରୁ ଚରମ ନିଷ୍ପତ୍ତି, କୋଭିଡ୍ କେୟାର ସେଣ୍ଟରରେ ଜୀବନ ହାରିଲେ ଯୁବକ

ବାଲିଗୁଡା: କୋଭିଡ କେୟାର ସେଣ୍ଟରରେ ଜଣେ ଯୁବକଙ୍କ ଆତ୍ମହତ୍ୟା। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବଡ଼ଗାଁ କୋଭିଡ କେୟାର ସେଣ୍ଟରରେ। ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଉଛନ୍ତି କୁର୍ତ୍ତମଗଡ଼ ପଞ୍ଚାୟତ ବୁଦୁଲିପଦର ଗାଁର ଶଙ୍କୁନ ମାଝୀ ନେଇ ଉପଜିଲ୍ଲାପାଳ କହିଛନ୍ତି।

ଆଜି ଭୋର ସମୟରେ ସମ୍ପୃକ୍ତ ଯୁବକ ଜଣକ ଦଉଡି ଦେଇ ଆତ୍ମହତ୍ୟା କରିଥିବା ବେଳେ ସେହି ରୁମରୁ ଗୋଟିଏ ସୁସାଇଡ଼ ନୋଟକୁ ବାଲିଗୁଡା ପୋଲିସ ଜବତ କରିଛି। ସେ ଡିପ୍ରେସନ ଯୋଗୁ ଆତ୍ମହତ୍ୟା କରିଥିବା ଉପଜିଲ୍ଲାପାଳ କହିଛନ୍ତି।

ଆତ୍ମହତ୍ୟା ଯୁବକ ଜଣକ ହାଇଦ୍ରାବାଦରୁ ଫେରି କୁର୍ତ୍ତମଗଡ଼ ସଂଗରୋଧ କେନ୍ଦ୍ରରେ ୧୪ ଦିନ ରହିବା ପରେ ଘରକୁ ଫେରିଥିଲେ। ଏହାର କିଛି ଦିନ ପରେ ତାଙ୍କର ଦେହ ଅସୁସ୍ଥ ହୋଇପଡିଥିଲା। 16 ତାରିଖ ଦିନ ତାଙ୍କୁ ବଡ଼ଗାଁ କୋଭିଡ କେୟାର ସେଣ୍ଟରକୁ ଅଣାଯାଇ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲେ ମଧ୍ୟ ଏ ଯାଏ ତାଙ୍କର କୌଣସି ରିପୋର୍ଟ ଆସିନଥିବା ପ୍ରଶାସନ କହିଛି।

ସୁଇସାଇଡ଼ ନୋଟରେ ସେ ମୁଁ ଈଶ୍ୱରଙ୍କ ପାଖକୁ ଯିବାକୁ ଚାହୁଁଛି ବୋଲି ଲେଖିଥିବା ଜଣାଯାଇଛି।  ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି। ଏହି ଘଟଣା ଘଟିବା ପରେ ପ୍ରଶାସନ କୋଭିଡ କେୟାର ସେଣ୍ଟରରେ ସୁରକ୍ଷାକୁ କଡାକଡି କରାଯାଇଛି। ଏହି ଘଟଣା ଏବେ ବାଲିଗୁଡା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

You might also like