ମହାନଦୀକୁ ଡେଇଁଲେ ଯୁବକ

ବାଙ୍କୀ: କଟକ ଜିଲ୍ଲା ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ୍‌ରୁ ଜଣେ ଯୁବକ ମହାନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଯୁବକ ଜଣକ ମହାନଦୀକୁ ଡେଇଁ ପଡ଼ିଥିଲେ। ନିଖୋଜ ଯୁବକ ଜଣକ ସୁଣ୍ଠିପାଳ ଗାଁର ବନମାଳୀ ରାଉତ(୨୫)।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଯୁବକ ଜଣକ ଘରକୁ ଫେରିଥିଲେ। ଏହାପରେ ଘରେ ଖାଇ ପିଇ ଶୋଇଥିଲେ। ହେଲେ ବିଳମ୍ବିତ ରାତିରେ ବାଇକ୍‌ ଧରି ସେ ମହାନଦୀ ବ୍ରିଜ୍‌କୁ ଆସିଥିଲେ। ବ୍ରିଜ୍ ଉପରେ ବାଇକ୍, ଚପଲ ରଖି ମହାନଦୀକୁ ଡେଇଁ ପଡ଼ିଥିଲେ।

କେଉଁ କାରଣ ପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ।

ଆଜି ସକାଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଖବର ଲେଖାଯିବା ସୁଦ୍ଧା ସମ୍ପୃକ୍ତ ଯୁବକଙ୍କ କୌଣସି ପତ୍ତା ମିଳିପାରିନାହିଁ। ଉଦ୍ଧାର କାର୍ଯ୍ୟରେ ପୁଲିସ୍‌‌, ଅଗ୍ନିଶମ ବାହିନୀ ସାମିଲ ହୋଇଛନ୍ତି।

You might also like