କ୍ୱାରେଣ୍ଟିନ୍‌ ସେଣ୍ଟରରେ ଯୁବକଙ୍କ ମୃତ୍ୟୁ

ଭଦ୍ରକ: ଭଦ୍ରକ ଜିଲ୍ଲା କୋର୍କରା ପଞ୍ଚାୟତରେ ହୋଇଥିବା ଏକ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୋର୍କୋରା ଗାଁର ଜଣେ ଯୁବକ।

ଗତକାଲି ରାତିରେ ଯୁବକ ଜଣକ ଟ୍ରେନ୍‌ ଯୋଗେ କୋଲକାତାରୁ ଫେରି କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିଥିଲେ। ହେଲେ ଆଜି ଭୋରରୁ ତାଙ୍କର ମୃତ୍ୟୁ ଘଟିଛି।

ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ନେଇ ନୋଡାଲ୍‌ ଅଫିସର୍‌ ସ୍ପଷ୍ଟ କରିଛନ୍ତି। ମୃତ୍ୟୁର କାରଣ ଜଣାପଡ଼ିନାହିଁ।

You might also like