କ୍ୱାରେଣ୍ଟିନ୍‌ ସେଣ୍ଟର ପରିସରରେ ଯୁବକଙ୍କ ମୃତ୍ୟୁ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଂଘିଯୁବା କ୍ୱାରେଣ୍ଟିନ୍‌ ସେଣ୍ଟର ପରିସରରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା କୋହିଦପୁର ଗାଁର ଗୋକୁଳ ସେଠ୍(୨୧)।

ଆଜି ସକାଳେ ସେ ଶୌଚ ପାଇଁ ଯାଇ ଥିବାବେଳେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଛି। ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ।

ଗତ ୪ ମାସ ହେବ ଗୋକୁଳ ଓ ଅନ୍ୟ ୭ଜଣ ଯୁବକ ସିଂଘିଯୁବା ବିଦ୍ୟାଳୟର ପୁରୁଣା କୋଠାରେ ଏକା ସାଙ୍ଗରେ ରହୁଥିଲେ।

ହୃଦ୍‌ଘାତ ଯୋଗୁ ଗୋକୁଳଙ୍କ ମୃତ୍ୟୁ ହୋଇଥିବା ତାଙ୍କର ସମ୍ପର୍କୀୟ କହିଛନ୍ତିI

 

You might also like