ଧାରୁଆ ଅସ୍ତ୍ରରେ ନିଜ ପାପୁଲି କାଟି ଅଲଗା କଲେ ଯୁବକ
ବ୍ରହ୍ମପୁର: ନିଜ ପାପୁଲିକୁ କାଟି ଅଲଗା କରିିଦେଲେ ଯୁବକ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ନରେନ୍ଦ୍ରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଉକ୍ତ ଯୁବକଙ୍କ ନାଁ ପି. ସମେଶ୍ୱର।
ଗତକାଲି ସନ୍ଧ୍ୟାରେ ଏକ କାତିରେ(ଧାରୁଆ ଅସ୍ତ୍ର) ସମେଶ୍ୱର ତାଙ୍କ ବାମ ହାତ ପାପୁଲିକୁ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଛି।
ସେ ମାନସିକ ଭାରସାମ୍ୟ ହରାଇ ଏଭଳି ଘଟଣା ଘଟାଇଥିବା ଦିଗପହଣ୍ଡି ପୁଲିସ୍ କହିଛି।
ସମେଶ୍ୱରଙ୍କ ବାପା ଭୁବନେଶ୍ୱରରେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଘରେ ମା’ଙ୍କ ସହ ସେ ରହୁଥିଲେ। ମାନସିକ ଭାରସାମ୍ୟ ହରାଇଥିବା ଯୋଗୁ ସେ ଗାଁ ଲୋକଙ୍କୁ ହଇରାଣ କରୁଥିଲେ ବୋଲି ସୂଚନା ମିଳିଛି।