• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ନୀଳଗିରି: କରୋନା ଭୟ ଓ ଲକ୍‌ଡାଉନ୍‌ କଟକଣା କେତେ ଯେ ନିଷ୍ଠୁର ହୋଇପାରେ ତା’ର ଆଉ ଏକ ଛାତିଥରା କାହାଣୀ ସାମ୍ନାକୁ ଆସିଛି। ଘର ନିକଟରେ ରହିଥିଲେ ମଧ୍ୟ ଅସୁସ୍ଥ ବାପାକୁ ଦେଖା କରିପାରିଲା ନାହିଁ ପୁଅ। ଶେଷରେ କ୍ୟାନସରରେ ପୀଡ଼ିତ ବାପାକୁ ସବୁଦିନ ପାଇଁ ହରାଇଲେ ପୁଅ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍‌ ଅନ୍ତର୍ଗତ ବାଉଁଶବଣିଆ ଗୁହାଳିଆ ଗାଁରେ।

କ୍ୟାନସରରେ ପୀଡ଼ିତ ବାପାଙ୍କୁ ଦେଖା କରିବା ପାଇଁ ମୁମ୍ବାଇରୁ ଓଡ଼ିଶାକୁ ଧାଇଁ ଆସିଥିଲେ ଅମୀର ବେହେରା ନାମକ ଜଣେ ଯୁବକ। ବାଲେଶ୍ୱର ଜିଲ୍ଲା ଗୁହାଳିଆ ଗାଁରେ ପହଞ୍ଚିବା ପରେ ଲକ୍‌ଡାଉନ୍‌ କଟକଣା ଏବଂ ଗାଇଡଲାଇନ୍ ଅନୁସାରେ ସେ ଗାଁଠାରୁ ଦୁଇ କିଲୋମିଟର ଦୂରରେ ଥିବା ଏକ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିଥିଲେ। କିନ୍ତୁ ସବୁ ପ୍ରୟାସ ପରେ ବି ସେ ଅସୁସ୍ଥ ବାପାଙ୍କୁ ଦେଖା କରିବାକୁ ଯାଇପାରି ନ ଥିଲେ। ଗତକାଲି ରାତିରେ ବାଲେଶ୍ୱର ମେଡିକାଲରେ ଅମୀରଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା।

ପ୍ରଶାସନକୁ ବହୁତ କାକୁତି ମିନିତି ପରେ ବାପାଙ୍କ ଶେଷ ଦର୍ଶନ ପାଇଁ ଅମୀରଙ୍କୁ ସର୍ତ୍ତମୂଳକ ଅନୁମତି ମିଳିଥିଲା। ଗାଁରେ ପହଞ୍ଚି ସେ ଶେଷ ଦର୍ଶନ କରିବା ସହ ବାପାଙ୍କର ଶେଷକୃତ୍ୟ ମଧ୍ୟ ସମ୍ପନ କରିଥିଲେ।

ଦୁଃଖର କଥା ଯେ, ମୁମ୍ବାଇରୁ ଧାଇଁ ଆସିଥିଲେ ବାପାଙ୍କୁ ଦେଖିବା ପାଇଁ, ହେଲେ ସେ ଜାଣିନଥିଲେ ବାପାଙ୍କର ଶେଷକୃତ୍ୟ କରିବେ ବୋଲି।

A-youth-came-to-odisha-for-his-fathers-treatment-but-did-pay-his-last-tribute-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories