ରାସ୍ତା ମଝିରୁ ବ୍ୟବସାୟୀଙ୍କୁ କିଡ୍‌ନାପ୍‌

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡଙ୍କୁ ଶନିବାର ସନ୍ଧ୍ୟାରେ କେହି ଅପହରଣ କରି ନେଇଛନ୍ତି। ଏନେଇ ପରିବାର ଲୋକଙ୍କ ପକ୍ଷରୁ ବୀରମିତ୍ରପୁର ଥାନାରେ ଏତଲା ଦିଆଯାଇଛି।

ଗତ ସନ୍ଧ୍ୟାରେ ପ୍ରଦୀପ ବିଜାବାହାଲରେ ଥିବା କ୍ରସରରୁ ଘରକୁ ଫେରୁଥିଲେ। ଏହି ସମୟରେ ୧୪୩ ନମ୍ବର ଜାତୀୟ ରାଜପଥ ଉପରୁ ତାଙ୍କୁ କେହି ଅପହରଣ କରିନେଇଥିବା ଅଭିଯୋଗ ହୋଇଛି।

ରାଜପଥଠାରୁ ୨୦୦ ମିଟର ଦୂରରୁ ପ୍ରଦୀପଙ୍କ କାର୍‌ ମିଳିଛି। କାର୍‌ରୁ ତାଙ୍କ ମୋବାଇଲ୍ ଫୋନ୍ ଓ ଗୋଟିଏ ଇଞ୍ଜେକ୍ସନ ସିରିଞ୍ଜ ମଧ୍ୟ ମିଳିଛି। ପୋଲିସ୍‌ ଫୋନ୍‌କୁ ଜବତ କରି ଯାଞ୍ଚ କରୁଛି।

ପ୍ରଦୀପ ପୂର୍ବରୁ ବୀରମିତ୍ରପୁରରେ ରହୁଥିଲେ। ଏବେ ସେ ରାଉରକେଲାରେ ରହୁଛନ୍ତି।

You might also like