ଭାରତର ପରାଜୟ ନୁହେଁ, ବିଫଳ ପ୍ରେମ ଥିଲା ଆତ୍ମହତ୍ୟାର କାରଣ

ଧର୍ମଗଡ଼: ବିଶ୍ୱକପ୍ ସେମି ଫାଇନାଲରେ ଭାରତର ପରାଜୟ ଅସହ୍ୟ ଥିଲା।  ଏହି ପରାଜୟ ଦୁଃଖ ସହି ନ ପାରି କ୍ରିକେଟ ପ୍ରେମୀ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରାଜୟ ପରେ କ୍ରିକେଟପ୍ରେମୀ ବିଷ ପିଇବା କିମ୍ବା ସେଇଭଳି କିଛି ଅଘଟଣ ଘଟାଇବା ନଜୀର ଆଗରୁ ରହିଛି। ତେଣୁ ଯୁବକଙ୍କର ଆତ୍ମହତ୍ୟା ଉଦ୍ୟମକୁ ସେହିପରି ଭାବେ ଗ୍ରହଣ କରିଥିଲେ ସ୍ଥାନୀୟ ଲୋକେ । ହେଲେ ଏବେ ଘଟଣା ଉପରୁ ପରଦା ହଟିଛି । ଯୁବକ ଜଣକ କ୍ରିକେଟ ପାଇଁ ନୁହେଁ ବରଂ ପ୍ରେମରେ ବିଫଳ ହୋଇ ଏପରି କାଣ୍ଡ କରିଥିବା ଜଣାପଡିଛି।

କଳାହାଣ୍ଡି ଏସ୍‌ପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗତ ୧୧ତାରିଖରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସିଂହଭାଡ଼ି ଗାଁର ଏକ ପୋଲ ତଳୁ ଜଣେ ବ୍ୟକ୍ତିଙ୍କୁ ମୁମୂର୍ଷୁ ଭାବେ ଉଦ୍ଧାର କରାଯାଇଥିଲା। ଉକ୍ତ ଯୁବକଙ୍କ ନାଁ ସୋମବାରୁ। ସେଠାରୁ କିିଛି ଦୂରରେ ଅନ୍ୟ ଜଣେ ମହିଳାଙ୍କ ମୃତ ଦେହ ମଧ୍ୟ ଉଦ୍ଧାର କରାଯାଇଥିଲା। 

ପରେ ଜଣା ପଡିଥିଲା ଯେ, ଏହି ବିବାହିତ ବ୍ୟକ୍ତିଙ୍କର ଉକ୍ତ ଝିଅ ସହ ପ୍ରେମ ସଂପର୍କ ଥିଲା। ତେବେ କୌଣସି କାରଣକୁ ନେଇ ଉଭୟେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।  ଯେଉଁଥିରେ ଝିଅ ଜଣକ ପ୍ରାଣ ହରାଇଥିବାବେଳେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ଏସ୍‌ପି କହିଛନ୍ତି।

ଅନ୍ୟପଟେ ଯୌତୁକ ନିର୍ଯାତନା ଓ ପରକୀୟା ପ୍ରୀତିକୁ ନେଇ ଯୁବକଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି ।ଏନେଇ ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି। 

 

You might also like