କଟୁରୀ ଚୋଟରେ ୨ ଖଣ୍ଡ ହୋଇଗଲା ଶିଶୁର ହାତ

ସୋର: ଯୁବକଙ୍କ କଟୁରୀ ଚୋଟରେ ଜଣେ ଶିଶୁକନ୍ୟାର ହାତ ଦୁଇ ଖଣ୍ଡ ହୋଇଯାଇଛି। ଶିଶୁଟିର ବୟସ ମାତ୍ର ୨ ମାସ ହେବ ବୋଲି ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ପାଇକିପଡ଼ା ଗାଁରେ ଏଭଳି ଜଘନ୍ୟ ଘଟଣା ଘଟିଛି।

ପାଇକିପଡ଼ା ଗାଁର ପଙ୍କଜ ନାଇକି ତାଙ୍କ ଝିଅଙ୍କ ସହ ଘରେ ବସିଥିଲେ। ଏହି ସମୟରେ ପଡ଼ୋଶୀ ବାଇଧର ନାଇକୀଙ୍କ ପୁଅ ଗଣେଶ ନିଶାସକ୍ତ ଅବସ୍ଥାରେ ଆସିଥିଲେ ଓ ହାତରେ ଏକ କଟୁରୀ ଧରିଥିଲେ। ପାଟିତୁଣ୍ଡ କରିବା ସହ ଗଣେଶ ପଙ୍କଜଙ୍କ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ପଙ୍କଜଙ୍କ ହାତ ଅଧା ହାଣି ହୋଇଯିବା ସହ ତାଙ୍କ ୨ ମାସର ଝିଅର ହାତଟି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା।

ଗୁରୁତର ଅବସ୍ଥାରେ ପଙ୍କଜ ଓ ତାଙ୍କ ଝିଅଙ୍କୁ ପ୍ରଥମେ ଖଇରା ଓ ପରେ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣା ପରେ ଅଭିଯୁକ୍ତ ଫେରାର ଅଛି।

ଆହୁରି ପଢ଼ନ୍ତୁ

You might also like