PUBG ପାଇଁ ପ୍ରାଣ ଗଲା !

ବାସୁଦେବପୁର: PUBG ଖେଳିବାକୁ ବାରଣ କରିବାରୁ ଜଣେ ୨୦ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ। ଯୁବକଙ୍କ ଘର ଚାନ୍ଦବାଲି ବ୍ଲକ୍‌ ଅନ୍ତର୍ଗତ ପାଣିଝରିଆ ଅଞ୍ଚଳରେ। 

ସୂଚନା ଅନୁସାରେ, ସମ୍ପୃକ୍ତ ଯୁବକ ଜଣକ ତାଙ୍କ ମାମୁଙ୍କ ସହ ଧାମରା ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ କାମ କରୁଥିଲେ। ଯୁବକ ଜଣକ ସବୁବେଳେ ମୋବାଇଲ୍‌ରେ ପବ୍‌ଜି ଖେଳୁଥିବାରୁ ତାଙ୍କ ମାମୁ ତାଙ୍କ ଉପରେ ବିରକ୍ତି ପ୍ରକାଶ କରୁଥିଲେ। ଏହି କାରଣକୁ ନେଇ  ଗତକାଲି ତାଙ୍କ ମାମୁ ରାଗି ଯାଇ ତାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। 

ଏ ନେଇ ଯୁବକ ଜଣକ ମଧ୍ୟ ରାଗି ଯାଇଥିଲେ। ଶେଷରେ ଧାମରା ଅଞ୍ଚଳରେ ଥିବା ମାଉସୀଙ୍କ ଘରକୁ ଚାଲି ଯାଇଥିଲେ। ବହୁ ଖୋଜାଖୋଜି ପରେ ଭଣଜା ତା‘ ମାଉସୀ ଘରେ ଥିବା ମାମୁ ଜାଣିବାକୁ ପାଇଥିଲେ। 

ସେଠାକୁ ଯାଇ ଭଣଜାକୁ ବୁଝାଇଥିଲେ ମାମୁ। ଯୁବକଙ୍କ ମଉସା-ମାଉସୀ  ମଧ୍ୟ PUBG ଖେଳିବାକୁ ବାରଣ କରିବା ସହ ତାଙ୍କୁ ବୁଝାଇଥିଲେ। ବୁଝାଶୁଝା ପରେ ଶେଷରେ ମାଉସୀ ଘରେ ମୋବାଇଲ୍‌ ରଖି ଯୁବକ ଜଣକ ମାମୁଙ୍କ ସହ ପୂର୍ବ ସ୍ଥାନକୁ ଫେରି ଯାଇଥିଲେ। ଉଭୟ ମାମୁ ଭଣଜା ରାତିରେ ଖାଇସାରି ଶୋଇଥିଲେ। ହେଲେ ଆଜି ସକାଳେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।

ଏ ନେଇ ମାମୁ ପୋଲିସକୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

You might also like