ବାଧକ ସାଜିଲାନି ଲକ୍‌ଡାଉନ୍‌; ଭିଡିଓ କଲ୍‌ରେ ବାହା ହେଲେ ଝାରସୁଗୁଡାର ପୁଅ

ଝାରସୁଗୁଡ଼ା: କେବେ ଦେଖଛନ୍ତି ଭର୍ଚୁଆଲ ବାହାଘର? ଯେଉଁଠି ସାଙ୍ଗ, ସାଥୀ ଓ ପରିବାର କେହି ବି ନଥିବେ। କେବଳ ଭିଡିଓ କଲିଂ ମାଧ୍ୟମରେ ବିବାହ। ହଁ, ଏପରି ନିଆରା ଢଙ୍ଗରେ ବାହାଘର କୋଉ ବିଦେଶରେ ନୁହେଁ ବରଂ ଓଡ଼ିଶାର ଝାରସୁଗୁଡା ଜିଲ୍ଲାରେ ଦେଖିବାକୁ ମିଳିଛି। ଯେଉଁଠି ବର ଝାରସୁଗୁଡାରେ ଥିବା ବେଳେ କନ୍ୟା ତାଙ୍କ ଠାରୁ ହଜାରେ କିମି ଦୂରରେ ରହିଛନ୍ତି। କିନ୍ତୁ ସମସ୍ତ ବିବାହ କାର୍ଯ୍ୟ ପରମ୍ପରା ମୁତାବକ ସମ୍ପନ୍ନ ହୋଇଥିଲା। କଥାଟା ବିଶ୍ୱାସ ନ ହେଉଥିଲେ ବି ସତ।

କରୋନା ଯୋଗୁଁ ହୋଇଥିବା ଲକଡାଉନ ପାଇଁ ଲୋକେ କୌଣସି ସ୍ଥାନକୁ ଯିବା ଆସିବା କରିପାରୁନାହାନ୍ତି। ଏଭଳି ସମୟରେ ଝାରସୁଗୁଡାର ମେହେନ୍ଦି ରେଜା (୩୪) ନାଗପୁରର କାମ୍ପତି ଅଞ୍ଚଳର ତାହିରା ବାନୋ (୨୮)ଙ୍କ ସହ ଗତ ୨୨ ତାରିଖରେ ବିବାହ ସମ୍ପନ୍ନ ହୋଇଛି। ମେହେନ୍ଦି ପେଶାରେ ଜଣେ ଓକିଲ।

ସମସ୍ତ ବିବାହ କାର୍ଯ୍ୟ ପରମ୍ପରା ମୁତାବକ ହୋଇଥିବା ବେଳେ ଉଭୟ ବରକନ୍ୟା କିନ୍ତୁ ଗୋଟାଏ ଜାଗାରେ ନଥିଲେ। ଉଭୟଙ୍କ ମଧ୍ୟରେ ହଜାରେରୁ ଊର୍ଦ୍ଧ୍ୱ କିମି ଦୂରତା ଥିବାରୁ ପୂର୍ବରୁ ବିବାହ ତାରିଖ ଓ ସମୟ ଧାର୍ଯ୍ୟ ହୋଇସାରିଥିଲା । ଏଣୁ ଉଭୟ ପରିବାରର ସହମତିରେ ଭିଡିଓ କଲ ଯୋଗେ ସେମାନଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି।

You might also like