ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

 ବିଷକ୍ରିୟାଜନିତ ମୃତ୍ୟୁ ବୋଲି କହିଲେ ଡାକ୍ତର

ଗଜପତି: ଗଜପତି ଜିଲ୍ଲା ମୋହନାରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୋହନା ବ୍ଲକ କାମ୍ବାଇରେ ଗାଁର ସସ୍ମିତା ମାଝି  ନାମ୍ନୀ  ଯୁବତୀଙ୍କ ମୃତ୍ୟୁକୁ ନେଇ ଉପୁଜିଛି ସନ୍ଦେହ।

ଗତକାଲି ରାତିରେ ସସ୍ମିତା ହଠାତ୍ ଝାଡ଼ାବାନ୍ତିରେ ଗୁରୁତର ହେବାରୁ ତାଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ହେଲେ ତାଙ୍କ ମୃତ୍ୟୁ  ବିଷକ୍ରିୟାଜନିତ ବୋଲି ଡାକ୍ତର କହିଛନ୍ତି। ଏନେଇ ଖୋଳତାଡ଼ ଆରମ୍ଭ କରିଛି ଅଡ଼ବା ପୁଲିସ୍‌। ଯୁବତୀଙ୍କର କିପରି ମୃତ୍ୟୁ ହେଲା ସେ ନେଇ ତଦନ୍ତ କରାଯାଉଛି ।

You might also like