ପ୍ରେମିକାକୁ ହତ୍ୟା କରି ପୋଖରୀ ବନ୍ଧରେ ପୋତିଦେଲା ପ୍ରେମିକ

ବ୍ରହ୍ମଗିରି: ନାଟକୀୟ ଢଙ୍ଗରେ ପ୍ରେମିକାଙ୍କୁ ହତ୍ୟା। ପୁରୀ ବ୍ରହ୍ମଗିରିରେ ଚାଞ୍ଚଲ୍ୟ। ଯୁବତୀଙ୍କୁ ହତ୍ୟା ପରେ ପୋଖରୀ ହୁଡ଼ାରେ ପ୍ରେମିକ ପୋତି ଦେଇଥିବା ଅଭିଯୋଗ। ପୋଖରୀ ହୁଡ଼ାରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ। ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ୍।

ମିଳିଥିବା ସୂଚନା ମୁତାବକ ଯୁବତୀ ଜଣକ ଗତ ୧୮ ତାରିଖରୁ ସଂପୃକ୍ତ ଯୁବକଙ୍କ ସହ କେଉଁ ଆଡ଼େ ଚାଲି ଯାଇଥିବା ପୀଡ଼ିତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଗତକାଲି ରାତିରେ ଯୁବକ ଜଣକ ଗାଁରେ ବୁଲୁଥିବା ଦେଖିବା ପରେ ପୋଲିସ୍‌କୁ ଏସମ୍ପର୍କରେ ଗାଁ ଲୋକେ ଜଣାଇଥିଲେ।

ଏହାପରେ ପୋଲିସ୍ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ପୋଖରୀ ହୁଡ଼ାରେ ମୃତଦେହ ପୋତିଥିବା ନେଇ ସେ ସ୍ୱୀକାର କରିଥିଲା। ଆଜି ଘଟଣାସ୍ଥଳକୁ ଯାଇ ମୃତଦେହ ଥିବା ଅଞ୍ଚଳକୁ ଦେଖାଇଥିଲା ଅଭିଯୁକ୍ତ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।

You might also like