‘ଡାକ୍ତରଖାନା ଯାଉଥିଲୁ, ପୋଲିସ୍ ପିଟିଲା’

ଭୁବନେଶ୍ୱର: ଗୋଟେପଟେ ଲକ୍‌ଡାଉନବେଳେ ପୋଲିସର କାମକୁ ସବୁଠି ପ୍ରଶଂସା କରାଯାଉଥିବାବେଳେ ବାଙ୍କୀରେ ଦେଖିବାକୁ ମିଳିଛି ବ୍ୟତିକ୍ରମ। ପତ୍ନୀଙ୍କୁ ଡାକ୍ତରଖାନା ନେବା ବାଟରେ ଯୁବକଙ୍କୁ ପୋଲିସ ମାଡ ମାରି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ବାଙ୍କୀ କଚେରୀ ଛକରେ ପୋଲିସ ଜଗିଥିବାବେଳେ ଯୁବକ ଜଣଙ୍କ ନିଜର ଅସୁସ୍ଥ ପତ୍ନୀଙ୍କୁ ବାଇକ୍‌ରେ ବସାଇ ଡାକ୍ତରଖାନା ଆଣୁଥିଲେ। ରାସ୍ତାରେ ପୋଲିସ ସେମାନଙ୍କୁ ଅଟକାଇ ଗାଳି କରିବା ସହ ଯୁବକଙ୍କୁ ମାଡ଼ ମାରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ଆହତ ଯୁବକଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଘଟଣା ସଂପର୍କରେ ତଦନ୍ତ କରାଯାଉଥିବା କହିଛନ୍ତି ବାଙ୍କୀ ଏସଡିପିଓ। ତେବେ ରାଜ୍ୟବ୍ୟାପୀ ଲକ୍‌ଡାଉନ୍‌ ଚାଲିଥିବାବେଳେ ନିୟମ ଉଲ୍ଲଘଂନକାରୀଙ୍କ ଉପରେ ପୋଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ସେହିଭଳି ଅନ୍ୟ ଏକ ଘଟଣାରେ ବାରିପଦାରେ ହାଟରେ ସମଦୂରତା ରକ୍ଷା କରୁନଥିବା ଦର୍ଶାଇ ପୋଲିସ ବ୍ୟବସାୟୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ଏହାର ପ୍ରତିବାଦ କରି ସ୍ଥାନୀୟ ବ୍ୟବସାୟୀମାନେ ଆଜି ସମସ୍ତ ହୋଲସେଲ ଗୋଦାମ ବନ୍ଦ ରଖିଥିଲେ। ପରେ ପୋଲିସ ଓ ବ୍ୟବସାୟୀ ସଂଘ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ସେଥିରୁ କୌଣସି ନିଷ୍କର୍ଷ ବାହାରିନଥିବା ଜଣାପଡିଛି।

You might also like