ପୁଅକୁ ନଦେଲେ ଆତ୍ମହତ୍ୟା କରିଦେବି
ନବରଙ୍ଗପୁର: ଅଲୋଡ଼ା ନବଜାତ। ଶିଶୁ ପୁତ୍ର ମୋହରେ ଜଣେ ଯଶୋଦା ମାଆ। ପୁଅକୁ ନଦେଲେ ଆତ୍ମହତ୍ୟା କରିଦେବି ବୋଲି ଚେତାବନୀ ଦେଇଛନ୍ତି ଜଣେ ମାଆ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର କୋଷାଗୁମୁଡା ବ୍ଲକ ରେଙ୍ଗାଗୁଡା ଗାଁରେ।
ସୂଚନା ଅନୁଯାୟୀ, ଗତ ବୁଧବାର ରେଙ୍ଗାଗୁଡା ଗାଁର ସୁନାତାଇ ହରିଜନ ନିଜ ଘର ପାଖ ଜମିକୁ ଶୌଚ ପାଇଁ ଯାଇଥିଲେ। ହେଲେ ସେଠାରେ ପରିତ୍ୟକ୍ତ ସ୍ଥାନରେ ଏକ ନବଜାତ ଶିଶୁପୁତ୍ରକୁ ଦେଖି ଘରକୁ ନେଇ ଆସିଥିଲେ।
ଗୋଟିଏ ଦିନ ପରେ ଏନେଇ ଜିଲ୍ଲା ପ୍ରଶାସନ ପାଖରେ ଖବର ପହଞ୍ଚିଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପିଲାଟିକୁ ନେଇ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟର ଏସ୍ଏନସିୟୁ ୱାର୍ଡରେ ଭର୍ତ୍ତି କରିଛନ୍ତି।
ହେଲେ ଏବେ ଚିକିତ୍ସାଳୟ ବାହାରେ ପୁଅକୁ ନେବା ପାଇଁ ଅପେକ୍ଷା କରି କରି ବସିଛନ୍ତି ସୁନାତାଇ। ତେବେ ସିଡବ୍ଲୁସି କର୍ତ୍ତୃପକ୍ଷ ଯାହା ହେବ ଆଇନ ଅନୁଯାୟୀ କରାଯିବ ବୋଲି କହିଛନ୍ତି।