ନ୍ୟାୟ ଆଶାରେ ଅସହାୟ ମହିଳା

ବ୍ରହ୍ମପୁର: ମାସେ ହେଲା ଖୋଲା ଆକାଶ ତଳେ ନ୍ୟାୟ ଆଶାରେ ଜଣେ ଅସହାୟ ମହିଳା ଆସବାସପତ୍ର ଧରି ପଡ଼ିଛନ୍ତି।

ମହିଳା ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରା ବଡ଼ ସାହିର। ସେ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ୨୫ ବର୍ଷ ହେଲା କାମ କରିଆସୁଥିଲେ। ଏହାସହ ମାଲିକଙ୍କୁ କିଛି ଟଙ୍କା ଦେଇ ତାଙ୍କର ଗୋଟିଏ ଘରେ ରହିଆସୁଥିଲେ। ହେଲେ ଗତ ଫେବୃଆରୀ ୮ ତାରିଖରେ ସେ ଘରେ ପୂଜା କରୁଥିବା ବେଳେ ହଠାତ୍ ପୁଲିସ ଆସି ତାଙ୍କର ସବୁ ଜିନିଷପତ୍ର ବାହାର କରିବା ସହ ମହିଳାଙ୍କୁ ଘରୁ ବାହାର କରିଦେଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତ।

ଏନେଇ ବାଲିଛାଇ ଫାଣ୍ଡି ଏଏସ୍ଆଇଙ୍କୁ ଯୋଗାଯୋଗ କରିବାକୁ ସେ କହିଛନ୍ତି, “କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ଘର ଖାଲି କରାଯାଇଛି।”

You might also like