ପରକୀୟା ପ୍ରୀତିରୁ ହତ୍ୟା ଉଦ୍ୟମ

ମହିଳାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କଲେ ଅନ୍ୟ ଜଣେ ମହିଳା

ମୋହନା : ପରକୀୟା ପ୍ରୀତିରୁ ଜଣେ ମହିଳାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କଲେ ଅନ୍ୟ ଜଣେ ମହିଳା। ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି।

ଅଭିଯୁକ୍ତ ମହିଳା ଓ ଅନ୍ୟ ଜଣେ ସହଯୋଗୀଙ୍କୁ ଧରି ପୁଲିସର ଜିମା ଦେଇଛନ୍ତି ଗାଁ ଲୋକେ। ଆହତ ମହିଳାଙ୍କ ସହ ତାଙ୍କ ସ୍ୱାମୀଙ୍କ ଅନୈତିକ ସଂପର୍କ ଥିବାରୁ ଏଭଳି ଆକ୍ରମଣ କରିଥିବା ସ୍ୱୀକାର କରିଛନ୍ତି। ପୁଲିସ୍‌ ଅଧିକ ତଥ୍ୟ ଜାଣିବା ପାଇଁ ପଚରା ଉଚରା ଚଳାଇଛି।

You might also like