ମୃଦୁ ପାନୀୟରେ ନିଶା ଦେଇ ମହିଳାଙ୍କଠୁ ଲୁଟ୍ !
ରାଉରକେଲା: ମୃଦୁ ପାନୀୟରେ ନିଶା ଦେଇ ଜଣେ ମହିଳାଙ୍କଠାରୁ ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଅଚେତ ଅବସ୍ଥାରେ ରାଉରକେଲା ଷ୍ଟେସନ୍ରୁ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ଉକ୍ତ ମହିଳା ଜଣକ ଆଜି ନାଗପୁର-ଟାଟା ପାସେଞ୍ଜର ଟ୍ରେନ୍ରେ ଝାରସୁଗୁଡ଼ାରୁ ବମଡ଼ା ଯାଉଥିଲେ। ଟ୍ରେନ୍ରେ କେହି ତାଙ୍କୁ ମୃଦୁ ପାନୀୟରେ ନିଶା ଦେଇ ତାଙ୍କ ଜିନିଷପତ୍ର ଲୁଟି ନେଇଥିବା ଅଭିଯୋଗ ହୋଇଛି।
ତାଙ୍କୁ ଅଚେତ ଅବସ୍ଥାରେ ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଆର୍ପିଏଫ୍ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା।