ଛାତ ଉପରେ ମହିଳାଙ୍କୁ ହତ୍ୟା !

ଭଞ୍ଜନଗର: ଘରର ଛାତ ଉପରେ ବସିଥିବା ବେଳେ ବାଡ଼ିପଟୁ ଆସି ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ଏଭଳି ଅଭିଯୋଗ ଆସିଛି। ମୃତକଙ୍କ ନାଁ ଜ୍ୟୋସ୍ନା ରାଣୀ ସାହୁ। ଭଞ୍ଜନଗର ଥାନା ଅନ୍ତର୍ଗତ ମଳାସପଦର ଛକ ନିକଟରେ ତାଙ୍କ ଘର।

ସୂଚନା ଅନୁସାରେ, ଗତରାତିରେ ଜ୍ୟୋସ୍ନା ଛାତ ଉପରେ ବସିଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଘରର ବାଡ଼ି ପଟୁ ଛାତ ଉପରକୁ ଚଢ଼ି ଧାରୁଆ ଅସ୍ତ୍ରରେ ଜ୍ୟୋସ୍ନାଙ୍କ ଉପରକୁ ଆକ୍ରମଣ କରିଥିଲେ। ଜ୍ୟୋସ୍ନାଙ୍କ ଚିତ୍କାର ଶୁଣି ପରିବାରଲୋକେ ଛାତ ଉପରକୁ ଆସିବା ଦେଖି ଦୁର୍ବୃତ୍ତମାନେ ଛାତ ଡେଇଁ ପଳାଇଥିଲେ। ଘଟଣାସ୍ଥଳରେ ହିଁ ଜ୍ୟୋସ୍ନାଙ୍କ ମୃତ୍ୟୁ ଘଟିଥିଲା।

ଭଞ୍ଜନଗର ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁର ପଶ୍ଚିମବଙ୍ଗରେ ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

You might also like