ଜାତୀୟ ରାଜପଥରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ଉପରୁ ଗତ ରାତିରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରି ପୋଷ୍ଟ ମର୍ଟମ କରିବାକୁ ପଠାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ମହିଳାଙ୍କର ମୃତ୍ୟୁ କିପରି ହେଲା ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ମହିଳାଙ୍କୁ କେହି ହତ୍ୟା କରି ରାଜପଥ ଉପରେ ଫିଙ୍ଗି ଦେଇଥିବା ଚର୍ଚ୍ଚା ହେଉଛି।

ସେହିପରି ଅନ୍ୟ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ରାସ୍ତା ପାର ହେବାବେଳେ ଗାଡ଼ି ମାଡ଼ିଯିବାରୁ ମହିଳାଙ୍କର ମୃତ୍ୟୁ ହୋଇଛି। ତେବେ ପ୍ରକୃତ କାରଣ ଜଣା ପଡ଼ିନାହିଁ।

You might also like