• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ପଟ୍ଟାମୁଣ୍ଡାଇ: ମା’ ନିଖୋଜ ହେବାର ପରଦିନ ମିଳିଲା ଝିଅର ମୃତଦେହ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ମାଣପଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ଗାଁର ପ୍ରମିଳା ନାଥ ନାମକ ଜଣେ ମହିଳା ସେପ୍ଟେମ୍ବର ୧୯ରୁ ନିଖୋଜ ହୋଇଯାଇଥିଲେ।  ତାଙ୍କ ମୋବାଇଲ ଓ ଚପଲ ନିକଟସ୍ଥ ହଂସୁଆ ନଦୀଘାଟରୁ ମିଳିଥିଲା। ଏନେଇ ସଂପୃକ୍ତ ମହିଳାଙ୍କ ଝିଅ ରାଜନଗର ଥାନାରେ ଅଭିଯୋଗ କରିଥିଲେ।

ଆଶ୍ଚର୍ଯ୍ୟର କଥା, ମା’ଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ କରିବାକୁ ଆସିଥିବା ଝିଅର ମୃତଦେହ ତା’ ପରଦିନ ଅର୍ଥାତ୍‌ ସେପ୍ଟେମ୍ବର ୨୦ରେ ତାଙ୍କ ମାମୁ ଘର ବାଡି ପୋଖରୀରୁ ମିଳିଛି। ସକାଳେ ଝିଅର ମୃତଦେହ ପୋଖରୀରୁ ମିଳିଥିବାବେଳେ ସେଇ ଦିନ ସନ୍ଧ୍ୟା ବେଳେ ତାଙ୍କ ମା’ଙ୍କ ମୃତଦେହ ହଂସୁଆ ନଦୀର ଗୋବର୍ଦ୍ଧନପୁର ନିକଟରୁ ମିଳିଛି।

ଉଭୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତ ପ୍ରମିଳାଙ୍କ ସ୍ୱାମୀ। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ବାପଘର କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

A-woman-and-her-daughter-deadbody-found-in-kendrapara
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories