ଦନ୍ତାହାତୀକୁ ନେଇ ଲୋକେ ଆତଙ୍କିତ

ଅନୁଗୁଳ: ଗାଁରେ ଦନ୍ତାହାତୀ ଆତଙ୍କ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଗାଁ ଭିତରକୁ ଏକ ଦନ୍ତାହାତୀ ପଶି ଆସିଥିବାରୁ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି।

ଛେଣ୍ଡିପଦା ବନାଞ୍ଚଳରୁ ହାତୀଟି ଗାଁ ଭିତରକୁ ପଶି ଆସିଥିଲା। ଗାଁ ଭିତରେ ହାତୀକୁ ଦେଖି ଲୋକେ ଭୟଭୀୟ ହୋଇ ଯାଇଥିଲେ।  ବନବିଭାଗ କର୍ମୀ ଗାଁରେ ପହଞ୍ଚିବା ପରେ ଲୋକମାନେ ହାତୀକୁ ଘଉଡାଇବାକୁ ଉଦ୍ୟମ କରିଥିଲେ।

ହାତୀ ଘଉଡାଇବାକୁ ନିୟୋଜିତ ସ୍କ୍ୱାଡ୍‌ ଓ ଲୋକମାନେ ବାଣ ଫୁଟାଇ ହାତୀକୁ ଘଉଡାଇ ଥିଲେ। ହାତୀ ଛେଣ୍ଡିପଦା ଗାଁ ଛାଡି ମାମୁରିଆ ଜଙ୍ଗଲ ଭିତରକୁ ଚାଲି ଯାଇଛି।  ହାତୀକୁ ନେଇ ଛେଣ୍ଡିପଦା ସହ ମାମୁରିଆ, ସାଲୁଇଖମଣ ଗାଁଲୋକେ ଆତଙ୍କିତ ହୋଇ ଅଛନ୍ତି।   ଏହି ଦନ୍ତା ହାତୀଟି ହାତୀପଲରୁ ଅଲଗା ହୋଇ ଚାଲି ଆସିଛି ବୋଲି ବନବିଭାଗ କହିଛି।

You might also like