• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଯାଜପୁର:ତ୍ୟାଗର ଅନ୍ୟନାମ ପ୍ରେମ। ଯେଉଁ ପ୍ରେମରେ ତ୍ୟାଗ ନାହିଁ, ନିଷ୍ଠା ନାହିଁ ସେ ପ୍ରେମ କେବେ ଶାଶ୍ୱତ ହୋଇ ପାରେନା।  ଏମିତି ଶାଶ୍ୱତ ପ୍ରେମକୁ ନେଇ ଅନେକ ଫିଲ୍ମ ଆମେ ଦେଖିଛେ, ଗପବହି ପଢିଛେ। ହେଲେ ଏହି ରିଲ୍‌ ଲାଇଫର ପ୍ରେମ ବାସ୍ତବ ଜୀବନରେ ଅବାସ୍ତବ ଲାଗେ।

କିନ୍ତୁ ରିଲ୍‌ ଲାଇଫ୍‌ର ସବୁ ପ୍ରେମ କାହାଣୀ ରିଅଲ ଲାଇଫ୍‌ରେ ଅବାସ୍ତବ ନୁହେଁ। ଏଇ ଯେମିତି ଅଶୋକ ଆଉ ବିଜୟଲକ୍ଷ୍ମୀଙ୍କ ପ୍ରେମ କାହାଣୀ। ଶୁଣିଲେ ଆଖି ଆଗରେ ନାଚିଯିବ ବଲିଉଡ୍‌ ଫିଲ୍ମ ‘ମନ୍‌’ର ଦୃଶ୍ୟପଟ। ଅଶୋକ ଆଉ ବିଜୟଲକ୍ଷ୍ମୀଙ୍କ ପ୍ରେମରେ ଯେଉଁ ନିଷ୍ଠା, ତ୍ୟାଗର ନିଦର୍ଶନ ରହିଛି ତାହା ସେମାନଙ୍କ ପରିବାରକୁ କେବଳ ସୁଖ ଆଉ ଶାନ୍ତି ଦେଇନି, ବିପଦକୁ ସାମ୍ନା କରିବା ପାଇଁ ଯୋଗାଇଛି ସାହାସ, ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଦେଇଛି ପ୍ରେରଣା।

ଯାଜପୁର ଜିଲ୍ଲା ମଧୁବନ ଏକତଳା ଗାଁର ଅଶୋକ ମହାନ୍ତି। ଏକ କୋରିଅର କଂପାନୀରେ କାମ କରୁଥିଲେ। ଅଶୋକ ପ୍ରତିଦିନ ଟ୍ରେନ୍‌ରେ  ଭୁବନେଶ୍ୱରରୁ ବାଲେଶ୍ୱର ଯିବା ଆସିବା କରୁଥିଲେ। ଏହି ଯିବା ଆସିବା ସମୟରେ ତାଙ୍କର  ପରିଚୟ ହୁଏ  ବିଜୟଲକ୍ଷ୍ମୀଙ୍କ ସହ।  ସମୟକ୍ରମେ ଉଭୟଙ୍କ ସମ୍ପର୍କ  ପ୍ରେମର ରୂପ ନିଏ।   ଦୁହେଁ  ଜୀବନସାଥୀ ହୋଇ ବାଟ ଚାଲିବାକୁ ନିଷ୍ପତ୍ତି ନିଅନ୍ତି।

ହେଲେ ୨୦୧୩ ମସିହାରେ ସବୁକିଛି ଯେମିତି ଓଲଟପାଲଟ ହୋଇଗଲା। ଏକ ଦୁର୍ଘଟଣା ଅଶୋକଙ୍କ ଜୀବନକୁ ଓଲଟପାଲଟ କରିଦେଲା । ବାଲେଶ୍ୱର ଷ୍ଟେଶନରେ ଟ୍ରେନ୍‌ରୁ  ଓହ୍ଲାଉ ଥିବାବେଳେ  ଖସି ପଡ଼ିଲେ ଅଶୋକ। ଦୁର୍ଘଟଣାରେ ଦୁଇଟି ଗୋଡ ହରାଇଲେ। ଏମିତି ପରିସ୍ଥିତିରେ ନିଜ ପ୍ରେମକୁ ଯେ ଆଉ ଫେରି ପାଇବେ ସେ ଆଶା ତାଙ୍କର ନ ଥିଲା। ସେ ଦୁଃଖରେ ଭାଙ୍ଗି ପଡିଥିଲେ ଅଶୋକ।

କିନ୍ତୁ ବିଜୟଲକ୍ଷ୍ମୀ ତାଙ୍କ ପ୍ରେମରେ ଅଟଳ ଥିଲେ। ଦୁଇ ଗୋଡ ହରାଇବା ପରେ ବି ସ ଅଶୋକଙ୍କ ହାତ ଛାଡ଼ି ଦେଇ ନ ଥିଲେ । ପରିବାର ଲୋକଙ୍କ ବାରଣ ସତ୍ତ୍ୱେ ସେ ଅଶୋକଙ୍କୁ ବିବାହ କରିବା ପାଇଁ ଜିଦ୍ କରିଥିଲେ ଏବଂ ଶେଷରେ ୨୦୧୫ରେ ସବୁ ବାଧାବିଘ୍ନକୁ ଭୁଲି ବିଜୟଲକ୍ଷ୍ମୀ ଅଶୋକଙ୍କ ହାତ ଧରି ଗଢିଥିଲେ ନୂଆ ସଂସାର।

ବର୍ତ୍ତମାନ ଅଶୋକଙ୍କ ପରିବାର କହିଲେ ବାପା, ମାଆ, ସ୍ତ୍ରୀ ଓ ତିନି ବର୍ଷର ପୁଅ । ପେଟପାଟଣା ପାଇଁ ଅଶୋକ ଗାଁରେ ଏକ ଛୋଟ ପାନ ଦୋକାନ କରିଛନ୍ତି । ସେହି ଦୋକାନରୁ ଯାହା ଆୟ ହୁଏ ସେଥିରେ ଗୁଜୁରାଣ ମେଣ୍ଟେ। ସଂସାରକୁ ଆଗକୁ ବଢାଇବା ପାଇଁ ବିଜୟଲକ୍ଷ୍ମୀ ମଧ୍ୟ ବେଳେବେଳେ ସାହାଯ୍ୟ କରନ୍ତି । ଏପଟେ ଶାଶୂ, ଶ୍ୱଶୁର ମଧ୍ୟ ବୋହୂ ଉପରେ ଖୁବ୍‌ ଖୁସି। ଏବେ ବେଶ ସୁଖ ଆଉ ଶାନ୍ତିରେ ଚାଲିଛି ତାଙ୍କ ପରିବାର।

A-true-love-story-of-ashok-and-bijayalaxmi
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories