ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍‌

କେନ୍ଦୁଝର: ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍‌। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ନିକଟରେ ଏକ ପାଉଡର ବୋଝେଇ ଟ୍ରକ୍‌ ଜଳି ଯାଇଛି। ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି।

ଟ୍ରକ୍‌ଟି କୋଲକାତାରୁ ମୁମ୍ବାଇ ଯାଉଥିଲା ବୋଲି ଜଣାପଡ଼ିଛି।

ଆଜି ଭୋର ସମୟରେ ଖିରେଇଟାଙ୍ଗିରି ନିକଟରେ ଟ୍ରକ୍‌ଟି ଜଳି ଯାଇଥିଲା। ସର୍ଟସର୍କିଟ୍‌ରୁ ଟ୍ରକ୍‌ରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୁଲିସ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

You might also like