ପୋଲ ଉପରୁ ନଦୀକୁ ଖସି ପଡ଼ିଲା ଟ୍ରକ୍
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ନିକଟ ପୋଲ ଉପରୁ ଏକ ଟ୍ରକ୍ ତେଲ ନଦୀକୁ ଖସି ପଡ଼ିଛି। ନଦୀକୁ ଖସି ପଡ଼ିଥିବା ଟ୍ରକ୍ର ଡ୍ରାଇଭର ଓ ହେଲ୍ପର୍ଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚଲାଇଛି। ଟ୍ରକ୍ଟି ଭାରସାମ୍ୟ ହରାଇ ପୋଲର ବାଡ଼ ଭାଙ୍ଗି ନଦୀକୁ ଖସି ପଡ଼ିଥିବା ଜଣାପଡ଼ିଛି। ଏହା ଏକ ମାଲ୍ବାହୀ ଟ୍ରକ୍ ବୋଲି ସୂଚନା ମିଳିଛି।
ତେବେ ନଦୀକୁ ଟ୍ରକ୍ଟି ଏମିତି ଖସି ପଡ଼ିଛି ଯେ ଏହା କେଉଁଆଡ଼ୁ ଆସୁଥିଲା ବା କେଉଁ ଆଡ଼େ ଯାଉଥିଲା ତାହା ସ୍ପଷ୍ଟ ଭାବେ ଜଣାପଡ଼ୁନାହିଁ। ଟ୍ରକ୍ଟି ପାଣି ଭିତରେ ବୁଡ଼ିକି ରହିଛି। କେବଳ ଟ୍ରକ୍ର ଚକ ହିଁ ଦେଖାଯାଉଛି।