ଦୁର୍ଘଟଣାଗ୍ରସ୍ତ ଗାଡ଼ି ଉପରେ ଆକ୍ସନ: ପଡ଼ିଲା ୮୦ ହଜାର ଟଙ୍କା ଫାଇନ୍‌

ସମ୍ବଲପୁର: ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଉଭୟ ଟ୍ରାକ୍ଟର ଓ ବସ୍‌ ଉପରେ ପଡ଼ିଲା ମୋଟା ଅଙ୍କର ଫାଇନ୍‌। ତେବେ ଫାଇନ୍‌ଟି ଦୁର୍ଘଟଣା ପାଇଁ ନୁହେଁ ବରଂ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେବାପରେ ଯେତେବେଳେ ଏହାର ଯାଞ୍ଚ କରାଯାଇଥିଲା ସେତେବେଳେ ଗାଡ଼ିର ଆବଶ୍ୟକ କାଗଜପତ୍ର, ଫିଟ୍‌ନେସ୍‌ ଇତ୍ୟାଦି ନ ଥିବା ନେଇ ଜଣାପଡ଼ିଥିଲା। ଏହାପରେ ଉଭୟ ଗାଡ଼ି ଉପରେ ଏହି ମୋଟା ଅଙ୍କର ଫାଇନ୍‌ ପଡ଼ିଥିଲା।

ଗତକାଲି ସମ୍ବଲପୁର ଜିଲ୍ଲାର ୫୫ ନମ୍ବର ଜାତୀୟ ରାଜପଥର ଯୁଯୁମରା ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ଟ୍ରାକ୍ଟରରେ ଶ୍ରମିକ ବସି ଯାଉଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଯେତେବେଳେ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିର ଯାଞ୍ଚ କରାଯାଇଥିଲା ସେତେବେଳେ ଉଭୟ ଗାଡ଼ିର ଆବଶ୍ୟକ କାଗଜପତ୍ର, ଫିଟ୍‌ନେସ୍‌ ଇତ୍ୟାଦି ନ ଥିବା ଜଣାପଡ଼ିଥିଲା। ଫଳରେ ଉଭୟ ଗାଡ଼ି ଉପରେ ଫାଇନ୍‌ ପଡ଼ିଥିଲା।

ଉଭୟ ଗାଡ଼ିର ମାଲିକଙ୍କୁ ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରାକ୍ଟର ମାଲିକଙ୍କ ଉପରେ ୫୩ ହଜାର ୨୦୦ ଟଙ୍କା ଫାଇନ୍‌ ପଡ଼ି ଥିବାବେଳେ ଏବଂ ବସ୍‌ ମାଲିକଙ୍କ ଉପରେ ୨୭ ହଜାର ଟଙ୍କା ଫାଇନ୍‌ କରାଯାଇଛି।

ଯାତ୍ରୀବାହୀ ବସ୍‌ର ପରମିଟ୍ ନ ଥିବାରୁ ୧୦ ହଜାର ଟଙ୍କା, ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିବାରୁ ୧୦ହଜାର ଟଙ୍କା, ଫିଟନେସ୍ ପାଇଁ ୫ ହଜାର ଟଙ୍କା, ଇନସ୍ୟୁରାନ୍ସ ପାଇଁ ୨ ହଜାର ଟଙ୍କା ଫାଇନ୍ କରାଯାଇଛି। ସେହିପରି ଟ୍ରାକ୍ଟର ବକେୟା ଟିକସ ବାବଦରେ ୧୬ ହଜାର ୨୦୦ଟଙ୍କା, ପରମିଟ୍ ବାବଦରେ ୧୦ ହଜାର ଟଙ୍କା, ପଲ୍ୟୁସନ୍‌ ସାର୍ଟିଫିକେଟ୍ ନ ଥିବାରୁ ୧୦ ହଜାର ଏଭଳି ୫୩ ହଜାର ୨ଶହ ଟଙ୍କା ଫାଇନ୍ ପଡ଼ିଛି।

You might also like