• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବ୍ରହ୍ମଗିରି: କରୋନା ଆକ୍ରାନ୍ତଙ୍କୁ ଆଣିବାକୁ ଯାଇ ହଟହଟା ହେଲେ ତହସିଲଦାର ଓ ସ୍ୱାସ୍ଥ୍ୟକର୍ମୀ। ଏପରିକି ସେମାନଙ୍କୁ ଦୁର୍ବ୍ୟବହାର କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କହଳପଦା ଗାଁରେ ଏହି ଘଟଣା ଘଟିଛି।

କହଳପଦା ଗାଁର ଗୋଟିଏ ପରିବାରର ୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନଙ୍କୁ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି କରିବା ପାଇଁ ଗାଁକୁ ତହସିଲଦାର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଏକ ଟିମ୍ ଯାଇଥିଲେ। ହେଲେ ପରିବାର ଲୋକେ ସହଯୋଗ କରିବା ପରିବର୍ତ୍ତେ ତହସିଲଦାର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଘଟଣା ସମୟର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିିଛି। ଫଳରେ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ ଆଣି ନ ପାରି ତହସିଲଦାର ଓ ସ୍ୱାସ୍ଥ୍ୟକର୍ମୀ ସେଠାରୁ ଫେରି ଆସିଥିଲେ।

ଅନ୍ୟପକ୍ଷରେ, ଦୁର୍ବ୍ୟବହାର ନେଇ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତହସିଲଦାର। ଗତ ସପ୍ତାହରେ ଉକ୍ତ ପରିବାରର ଜଣେ ସଦସ୍ୟ କରୋନାରେ ପ୍ରାଣ ହରାଇଥିଲେ ବୋଲି ସୂଚନା ମିଳିଛି।

A-team-of-healthcare-workers-including-tehsildar-allegedly-misbehaved-when-they-had-gone-to-bring-covid19-patients-11
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories