ସ୍କୁଲ୍‌ ଛାତ୍ରଙ୍କୁ ଧକ୍କା ଦେଲା ବସ୍‌

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ୨୬ ନମ୍ବର ଜାତୀୟ ରାଜପଥ ମଥୁରା ଛକରେ ବସ୍ ଧକ୍କାରେ ଜଣେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ମଥୁରା ଗାଁର ବିଶିକେସନ ବଗର୍ତ୍ତିଙ୍କ ପୁଅ ଧର୍ମାନନ୍ଦ ବଗର୍ତ୍ତି। ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ।

ସୂଚନା ଅନୁସାରେ, ଆଜି ସକାଳେ ଧର୍ମାନନ୍ଦ ଫୁଲ ତୋଳି ସାରି ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ସାମ୍ନାପଟୁ ତାଙ୍କୁ ଏକ ବସ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ମୃତକଙ୍କ ପରିବାକୁ କ୍ଷତିପୂରଣ ଦାବି କରିଛନ୍ତି ଲୋକେ।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ପ୍ରଶାସନ ଓ ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

You might also like