ଗୁଣିଗାରେଡ଼ି ରୋକିବାକୁ ଜିଲ୍ଲା ପୁଲିସର ଅଭିନବ ଉଦ୍ୟମ

ମୃତ ୫୬ଜଣଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପିତ

କେନ୍ଦୁଝର: ଗୁଣିଗାରେଡ଼ି ଏବଂ ଡାହାଣୀ ସନ୍ଦେହରେ ଲୋକମାନେ ହତ୍ୟାକାଣ୍ଡ ପରି ସଙ୍ଗୀନ ଅପରାଧ ଘଟାଉଥିବା ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ହେଉଛି। ଏହିପରି ଅନ୍ଧବିଶ୍ୱାସ ରୋକିବାକୁ ପୁଲିସ୍ ପକ୍ଷରୁ ବିଭିନ୍ନ ସଚେତନତାମୂଳକ କାମ ହାତକୁ ନିଆଯାଉଛି। ତେବେ ଅନ୍ଧବିଶ୍ୱାସରୁ ଦୂରେଇ ରହିବାକୁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ କେନ୍ଦୁଝର ପୁଲିସ୍ ପକ୍ଷରୁ କିନ୍ତୁ ଏକ ଅଭିନବ ଉଦ୍ୟମ କରାଯାଇଛି। ଲୋକଙ୍କ ମନରୁ ଏପରି ଅନ୍ଧବିଶ୍ୱାସ ଦୂର କରିବାକୁ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ଏକ ନିଆରା ଉଦ୍ୟମ କରିଛନ୍ତି।

ଗୁଣିଗାରେଡ଼ି ସନ୍ଦେହରେ କେନ୍ଦୁଝର ଜିଲ୍ଲାରେ କେବଳ ୫୬ଜଣଙ୍କୁ ହତ୍ୟା କରାଯାଇଛି। ଏହି ୫୬ଜଣଙ୍କ ସ୍ମୃତିରେ ଜିଲ୍ଲା ପୁଲିସ୍ ପକ୍ଷରୁ ଏକ ପ୍ରତିମୂର୍ତ୍ତି ସ୍ଥାପନ କରି ଏଥିରେ ସେମାନଙ୍କ ନାମ ଲିପିବଦ୍ଧ କରି ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗ ଦେଇ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରିଥିଲେ। ପରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇ ଏଥିରେ ବନାଞ୍ଚଳରେ ରହୁଥିବା ଆଦିବାସୀମାନଙ୍କୁ ସାମିଲ କରାଯାଇଥିଲା।

ଏପରି ଅନ୍ଧବିଶ୍ୱାସକୁ ଦୂର କରିବାକୁ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି। ଏବଂ ଏହା କେବଳ ପୁଲିସର କାର୍ଯ୍ୟ ନୁହେଁ, ପ୍ରଶାସନ, ଲୋକଙ୍କ ସହ ଜଡ଼ିତ ଥିବା ସମସ୍ତ ସାମିଜିକ ଅନୁଷ୍ଠାନ ସମସ୍ତେ ଉଦ୍ୟମ କରିବାକୁ ଡିଜିପି ଆହ୍ୱାନ ଦେଇଛନ୍ତି। କେନ୍ଦୁଝର ପୁଲିସର ଏପରି ଉଦ୍ୟମକୁ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like