ଭୁବନେଶ୍ୱର: ଖୁବ୍ ଶୀଘ୍ର ରାଜ୍ୟରେ ହେବ ଦୈନିକ ୧୦୦୦ କରୋନା ସାମ୍ପୁଲ ଟେଷ୍ଟିଂ। ଏନେଇ ଭୁବନେଶ୍ୱରକୁ ପହଞ୍ଚିଲା ମେଡିକାଲ୍ ସରଞ୍ଜାମ। ଭାରତୀୟ ବାୟୁ ସେନାର କାଗ୍ରୋ ବିମାନ AN-32 ବିମାନର ୩ ହଜାର ୫ ଶହ ମେଡିକାଲ୍ ସରଞ୍ଜାମ ଅଣାଯାଇଛି।
ଏହାସହ ୧୯ ଜଣ ଡାକ୍ତରୀ ଟିମ୍ ଭୁବନେଶ୍ୱର ପହଞ୍ଚିଛନ୍ତି। କରୋନା ମୁକାବିଲା ପାଇଁ ଭୁବନେଶ୍ୱରରେ ସ୍ୱତନ୍ତ୍ର ମେଡିକାଲ୍ ଲ୍ୟାବ ପ୍ରତିଷ୍ଠା କରିବାକୁ ଯୋଜନା ହୋଇଛି। ଏହି ଆଧାରରେ ତାମିଲନାଡ଼ୁ ତାମ୍ବରମ୍ରୁ ଭୁବନେଶ୍ୱରକୁ ଏହି ସବୁ ସରଞ୍ଜାମ ପଠାଇଛି ICMR।
ରାଜ୍ୟରେ ଏବେ ଆରଏମ୍ଆର୍ସି, ଏମ୍ସ ଏବଂ ଏସ୍ସିବିରେ କୋଭିଡ-୧୯ ନମୁନା ପରୀକ୍ଷା କରାଯାଉଛି। ବଢ଼ୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ ଓ ବୁର୍ଲା ମେଡିକାଲ୍ରେ ଏଣିକି ପରୀକ୍ଷା ନେଇ କେନ୍ଦ୍ରକୁ ନିବେଦନ କରିଛନ୍ତି ରାଜ୍ୟ ସରକାର।
ଏପ୍ରିଲ୍ ୧୦ ସୁଦ୍ଧା ଦୈନିକ ହଜାରେ ସାମ୍ପଲ ଟେଷ୍ଟ ପାଇଁ ଲକ୍ଷ୍ୟ ରଖାଯାଇଥିବା ଗତକାଲି କୋଭିଡ-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଥିଲେ।