ସଫ୍ଟୱେର ଆପ୍ଲିକେସନର ଶୁଭାରମ୍ଭ କଲେ ରାଜ୍ୟପାଳ ଗଣେଶୀ ଲାଲ

ରାଜ୍ୟପାଳଙ୍କ କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ କରିବା ଲକ୍ଷ୍ୟ

ଭୁବନେଶ୍ୱର : ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନକୁ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ପ୍ରସ୍ତୁତ ସଫ୍ଟୱେର ଆପ୍ଲିକେସନକୁ ଶୁଭାରମ୍ଭ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସଫ୍ଟୱେର ଆପ୍ଲିକେସନର ନାଁ ରହିଛି ‘ରାଜଭବନ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ’ ।

ଆସନ୍ତା ଫେବ୍ରୁଆରୀ ମାସରୁ ଏହି ଆପ୍ଲିକେସନ ଜରିଆରେ ରାଜ୍ୟପାଳଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆବେଦନ କରିପାରିବେ। କାର୍ଯ୍ୟକ୍ରମର ୨୦ ଦିନ ପୂର୍ବରୁ ଏହି ଆପ୍ଲିକେସନ ଜରିଆରେ ଆବେଦନ କରିବାକୁ ପଡିବ। ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଓ ରାଜ୍ୟପାଳଙ୍କ ସଚିବ ମଧୁସୂଦନ ପାଢ଼ୀ ଏବଂ ବରିଷ୍ଠ ବିଧାୟକ ଉପସ୍ଥିତ ଥିଲେ।

You might also like