ଗ୍ରାଇଣ୍ଡର ପ୍ୟାକେଟ୍ ଭିତରେ ନାଗ ସାପ
ଭୁବନେଶ୍ୱର: ଗ୍ରାଇଣ୍ଡର ପ୍ୟାକେଟ୍ ଭିତରେ ନାଗ ସାପ। ଗତକାଲି ରାତି ପ୍ରାୟ ୧୧ଟା ବେଳେ ପୁରୀ ଜିଲ୍ଲା ଡେଲାଙ୍ଗ ଅନ୍ତର୍ଗତ କଲ୍ୟାଣପୁର ଗାଁର ବିଶ୍ୱଜିତ ପ୍ରଧାନଙ୍କ ପୂଜା ଘରେ ଏହି ସାପ ଦେଖିବାକୁ ମିଳିଥିଲା।
ସାପଟିକୁ ଘର ଭିତରୁ ଘଉଡାଇବାକୁ ଚେଷ୍ଟା କରିବା ବେଳେ ସାପଟି ଗ୍ରାଇଣ୍ଡରର ପ୍ୟାକେଟ୍ ଭିତରେ ପଶି ଯାଇଥିଲା। ଏହାପରେ ପରିବାର ଲୋକ ତତ୍କ୍ଷଣାତ ପ୍ୟାକେଟ୍କୁ ବନ୍ଦ କରି ଦେଇଥିଲେ।
ସ୍ନେକ୍ ହେଲପଲାଇନ୍ ସଦସ୍ୟଙ୍କୁ ଏସମ୍ପର୍କରେ ଖବର ଦେଇଥିଲେ। ସ୍ନେକ୍ ହେଲପଲାଇନ୍ ସଦସ୍ୟ ପହଞ୍ଚି ପ୍ୟାକେଟ୍ ଭିତରୁ ୩ ଫୁଟ୍ ଲମ୍ବାର ନାଗ ସାପକୁ ଉଦ୍ଧାର କରି ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦେଇଥିଲେ।