• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ନାବାଳକ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ନିଶାସକ୍ତ ବ୍ୟକ୍ତିଙ୍କ ନିଶାଖୋର ମନୋବୃତ୍ତିରୁ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ନିଶାସକ୍ତ ବ୍ୟକ୍ତିମାନେ ହିଁ ତାଙ୍କୁ ଜୀବନରୁ ମାରି ଦେଇଥିବା ସୂଚନା ମିଳିଛି।

ଅଭିଯୋଗ ଅନୁସାରେ, ଗତ ୨ ତାରିଖ ରାତିରେ ସମ୍ପୃକ୍ତ ନାବାଳକ ସଉଦା ଆଣିବାକୁ ଯାଇଥିଲେ। ଏହି ସମୟରେ କିଛି ନିଶାସକ୍ତ ବ୍ୟକ୍ତି ତାଙ୍କୁ ଅଟକାଇ, ତାଙ୍କ ଠାରୁ ପଇସା ଲୁଟିବାକୁ ଉଦ୍ୟମ କରିଥିଲେ। ପିଲାଟି ବିରୋଧ କରିବାରୁ ତାଙ୍କୁ ଉଠାଇ ନେଇ ଅନ୍ୟ ଏକ ସ୍ଥାନକୁ ନେଇ ଯାଇଥିଲେ ଦୁର୍ବୃତ୍ତମାନେ। ସେଠାରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।

ଖବରପାଇ ନାବାଳକଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ନାବାଳକଙ୍କ ମୃତ୍ୟୁ ଘଟିଛି। ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଯେଉଁ ଦୁର୍ବୃତ୍ତମାନେ ନାବାଳକଙ୍କୁ ନେଇ ଯାଇଥିଲେ, ସେମାନେ ବ୍ରାଉନ୍‌ସୁଗର ବ୍ୟବହାର କରନ୍ତି। ସେହି ଦିନ ଡ୍ରଗସ୍ କିଣିବାକୁ ହିଁ ସେମାନେ ନାବାଳକଙ୍କ ନିକଟରୁ ଟଙ୍କା ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ଶେଷରେ ସେହି ପିଲାର ଜୀବନ ମଧ୍ୟ ନେଇଗଲେ। ଏଥିରେ ୮ରୁ ୧୦ଜଣ ସାମିଲ ଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପୋଲିସ୍‌ ଗିରଫ କରିଛି।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ୍‌ ପରିସ୍ଥିତି ଉପରେ ନଜର ରଖିଛି।

A-shocking-revelation-of-bhubaneswar-minor-boy-murder-case
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories