IIFL ଲୁଟ୍ ଘଟଣାର ମାଷ୍ଟରମାଇଣ୍ଡ୍‌ ଲେଡି ଅଫିସର !

କଟକ: କଟକ ନୟାସଡ଼କ ସ୍ଥିତ ଅର୍ଥଲଗାଣକାରୀ ସଂସ୍ଥା IIFLରୁ କୋଟି କୋଟି ଟଙ୍କାର ସୁନା ଓ ଟଙ୍କା ଲୁଟ୍ ଘଟଣା ପଛର ମାଷ୍ଟରମାଇଣ୍ଡ ଜଣେ ଲେଡି ଅଫିସର ବୋଲି ସୂଚନା ମିଳିଛି। ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଏହି ଲେଡି ଅଫିସର IIFLରେ ଏକ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟଙ୍କ ସହ ମିଶି ସେ କ୍ରାଇମ୍‌ ପ୍ଲଟ୍‌ କରିଥିଲେ। ଲୁଟ୍ ପାଇଁ ସମ୍ପୃକ୍ତ ଲେଡି ଅଫିସର ହିଁ ଅମ୍ରିତକୁ ବୁଦ୍ଧି ଦେଇଥିବା ସୂଚନା ଦେଇଛନ୍ତି ଉକ୍ତ ପୋଲିସ ଅଧିକାରୀ।

ଲେଡି ଅଫିସର ଜଣଙ୍କୁ ଅଟକ ରଖି ଜେରା ଚାଲିଥିବା ଜଣାପଡ଼ିଛି। ଏହି ଘଟଣାରେ ସଂସ୍ଥାର ଆଉ କିଛି ଅଧିକାରୀ ମଧ୍ୟ ସମ୍ପୃକ୍ତ ଥିବା ସୂଚନା ମିଳିଛି। 

You might also like