ସହର ଭିତରୁ ଅଜଗର ଉଦ୍ଧାର

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଜନବସତି ଅଞ୍ଚଳରୁ ଉଦ୍ଧାର ହେଲା ଅଜଗର। ବଲାଙ୍ଗିର ସହର ଶିବମନ୍ଦିର ଛକ ପି.ଆର ହାଇସ୍କୁଲ ନିକଟରେ ଥିବା ଗଛରୁ ୧୧ ଫୁଟର ଅଜଗର ସାପ ଉଦ୍ଧାର ହୋଇଛି। ସାପଟିକୁ ଗଛରେ ଝୁଳୁଥିବା ଦେଖି ସ୍ଥାନୀୟ ଲୋକେ ସ୍ନେକ୍‌ ହେଲ୍ପ‌ ଲାଇନ୍‌କୁ ସୂଚନା ଦେଇଥିଲେ। ଖବର ପାଇ ବଲାଙ୍ଗିର ସ୍ନେକ ହେଲ୍ପ ଲାଇନର ସାନୁଜ ମିଶ୍ର ଏବଂ କାହ୍ନା ଶତପଥି ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଗଛରେ ଗୁଡେଇ ହୋଇ ରହିଥବା ସାପକୁ ସେଠାରୁ ବହୁ କଷ୍ଟରେ ଉଦ୍ଧାର କରିଥିଲେ।

ଏହାପରେ ସାପଟିର ପ୍ରଥମିକ ଚିକିତ୍ସା କରାଇ ସ୍ନେକ ହେଲ୍ପ‌ ଲାଇନ୍ ବନ ବିଭାଗକୁ ଖବର ଦେଇଥିଲା। ବନ ବିଭାଗର ନିର୍ଦ୍ଦେଶରେ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିଲା।  ତେବେ ସହର ଭିତରର ଜନବସତି ଅଞ୍ଚଳରେ ଏତେ ବଡ ଅଜଗର ସାପ ଉଦ୍ଧାର ହେବା ଘଟଣାକୁ ନେଇ ସାଧାରଣରେ ଭୟ ସୃଷ୍ଟି ହୋଇଯାଇଛି।

 

ଆହୁରି ପଢ଼ନ୍ତୁ

ନଷ୍ଟ ହେଲେ ବା ହଜିଗଲେ ପୁଣି ମିଳିବ ଏସଏଲସି

ଏଠି ଏକ ସମ୍ବେଦନହୀନ ସରକାର ଚାଲିଛି- ଧର୍ମେନ୍ଦ୍ର

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

You might also like