ବିପଦରେ ବ୍ରାହ୍ମଣୀ ସେତୁ ! ଦବିଲା ଲୁହା ପ୍ଲେଟ୍

ରାଉରକେଲା: ରାଉରକେଲା ବ୍ରାହ୍ମଣୀ ସେତୁରେ ପଡ଼ିଥିବା ଲୁହା ପ୍ଲେଟ୍ ଗତକାଲି ବିଳମ୍ବିତ ରାତିରେ ଦବି ଯାଇଛି। ଫଳରେ ବ୍ରିଜ୍‌ ଉପରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଘଟଣା ସ୍ଥଳରେ ଟ୍ରାଫିକ୍ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି।

ଅନ୍ୟପକ୍ଷରେ, ସେତୁରେ ପଡ଼ିଥିବା ଲୁହା ପ୍ଲେଟ୍ ଦବିବା ଘଟଣାକୁ ରାଉରକେଲା NHAI ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱୀକାର କରିଛନ୍ତି।

ଯେଉଁ ସ୍ଥାନରେ ଲୁହା ପ୍ଲେଟ୍ ଦବିଛି, ତାହା ମରାମତି ଚାଲିଥିବା ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

You might also like