ରାତି ଅଧରେ ଘରେ ପଶି ଯୁବକଙ୍କୁ ମାଡ଼ ମାରିଲେ ପୋଲିସ୍‌ ବାବୁ

ଢେଙ୍କାନାଳ: ରାତି ଅଧରେ ଘରେ ପଶି ଯୁବକଙ୍କୁ ମାଡ଼ ମାରିଲେ ପୋଲିସ୍‌ ବାବୁ। ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ଫାଣ୍ଡି ଅଧିକାରୀ  ଜଣେ ଯୁବକଙ୍କ ଘରେ ପଶି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

କେବଳ ସେତିକି ନୁହେଁ ସମ୍ପୃକ୍ତ ଫାଣ୍ଡି ଅଧିକାରୀ ଉକ୍ତ ଯୁବକଙ୍କ ପତ୍ନୀଙ୍କୁ ଟଣା ଓଟରା କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଯୁବକଙ୍କ ପରିବାର ଲୋକେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଫାଣ୍ଡି ଅଧିକାରୀ ଶିବ ରଞ୍ଜନଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗର ତଦନ୍ତ କରିବାକୁ ଢେଙ୍କାନାଳ ଏସ୍‌ପି ଗଁନ୍ଦିଆ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

You might also like