ଟାଙ୍ଗିଆରେ ହାଣିଦେଲେ, ଯୁବକଙ୍କ ମୃତ୍ୟୁ

ନୟାଗଡ଼ :  ନୟାଗଡ଼ ଜିଲ୍ଲା ନୂଆଗାଁ ସୋରଡ଼ାରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଗୁରୁବାର ଘରଠୁ ଅଳ୍ପ ଦୂରରୁ ଉଦ୍ଧାର ହୋଇଛି। ମୃତକ ହେଲେ କୃଷ୍ଣଚନ୍ଦ୍ର ରାଉତ। ସେ ଦଶପଲ୍ଲାରେ ଏକ ହୋଟେଲରେ କାମ କରୁଥିଲେ। ବୁଧବାର ରାତିରେ ସେ ଘରକୁ ଫେରିଥିଲେ। ହେଲେ ରାତିରେ ସେ କେତେବେଳେ ଉଠି ବାହାରକୁ ଯାଇଥିଲେ ପରିବାର ଲୋକେ ଜାଣି ପାରି ନ ଥିଲେ।

ଗୁରୁବାର ସକାଳେ ସେ ଘରେ ନ ଥିବା ଦେଖି ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏହାପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।  ପଡ଼ିଶା ଘର ଲୋକେ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି  ।

You might also like