ପୋଲିସ ନିର୍ଯାତନା ସହି ନପାରି ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା !
ସାଲେପୁର: ପୋଲିସ ନିର୍ଯାତନା ସହି ନପାରି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମାହାଙ୍ଗା ନଇଗୁଆଁରେ ଜଣେ ବ୍ୟକ୍ତି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାକୁ ନେଇ ଉତ୍ତେଜନା, ନଇଗୁଁଆ ଛକରେ ଶବ ରଖି ରାସ୍ତାରୋକ କରିଛନ୍ତି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି।
ଘଟଣା ଅନୁସାରେ, ନିକଟରେ ଗାଁର ଜଣେ ଝିଅକୁ ଜନୈକ ଯୁବକ ଉଠାଇ ନେଇଥିଲା। ଅପହୃତ ଯୁବତୀ ଓ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ଝିଅ ସାଙ୍ଗ ଥିଲେ। ମୃତ ବ୍ୟକ୍ତିଙ୍କ ଝିଅର ଫୋନ୍ରୁ ଅପହୃତ ଯୁବତୀ କଥା ହୋଇଥିଲେ। ଝିଅର ସାଙ୍ଗ କଥା ହୋଇଥିବା ମୋବାଇଲ ନମ୍ବର ବାପାଙ୍କ ନାଁରେ ଥିଲା।
ପୋଲିସ ଖୋଳତାଡ଼ କରି ନମ୍ବର ଟ୍ୟାପ୍ କରି ବାପ, ଝିଅଙ୍କୁ ଧରିଥିଲା। ଉଭୟ ବାପ ଏବଂ ଝିଅକୁ ଥାନାକୁ ଡକାଇ ପୋଲିସ ଜେରା କରିଥିଲା। ଥାନାରେ ପୋଲିସ ମାରଧର କରିଥିବା ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ପୋଲିସ ନିର୍ଯାତନା ସହିନପାରି ସେ ଆତ୍ମହତ୍ୟା କରିଥିବା ପତ୍ନୀ କହିଛନ୍ତି।