ଆମ୍ବୁଲାନ୍ସ ଆସିଲାନି, ୫ କିମି ଖଟିଆରେ ବୁହା ହେଲେ ରୋଗୀ

ଫୁଲବାଣୀ:ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା କେତେ ବିପର୍ଯ୍ୟସ୍ତ ହୋଇପଡ଼ିଛି ତାହାର ପୁଣି ଏକ ନମୁନା ।  ରାସ୍ତା ଖରାପ ଯୋଗୁ ଗାଁକୁ ଗାଡ଼ି ଆସିପାରିଲାନି। ତେଣୁ ଖଟିଆରେ ବୁହା ହେଲେ ରୋଗୀ। ଏଥର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଫିରିଙ୍ଗିଆ ବ୍ଲକ ମୁଣ୍ଡିମାସକା ଗାଁରେ।

ମୁଣ୍ଡିମାସକା ଗାଁର କାମିନ ମଲ୍ଲିକ ନାମକ ଜଣେ ଗୁରୁତର ଅସୁସ୍ଥ ମହିଳାଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ହେଲେ ଆମ୍ବୁଲାନ୍ସ ନଆସିବାରୁ ମହିଳାଙ୍କୁ ଗାଁରୁ ପ୍ରାୟ ୫ କିଲୋମିଟର ଦୁର୍ଗମ ରାସ୍ତାରେ ଖଟିଆରେ ଭାରାକରି ଆଣିଥିଲେ ଗାଁ ଲୋକେ।

ପରେ ସାଡିଂଙ୍ଗିଆ ଗାଁରୁ ଅଟୋରେ ଫିରିଙ୍ଗିଆ ମେଡିକାଲକୁ ନେଇ ଭର୍ତ୍ତି କରାଯାଇଛି । ତେବେ ଏନେଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

You might also like