ସରପଞ୍ଚଙ୍କୁ ହତ୍ୟା ଧମକ

ନୟାଗଡ଼: ସରପଞ୍ଚଙ୍କୁ ହତ୍ୟା ଧମକ। ନୟାଗଡ଼ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି।

ସରପଞ୍ଚଙ୍କ ଘର ଆଗରେ ଏକ ପାର୍ସଲ ସହ ହତ୍ୟା ଧମକ ଥିବା ଏହି ଚିଠି ମିଳିଛି। ଚିଠିରେ ସରପଞ୍ଚ ସୌମ୍ୟରଞ୍ଜନ ବିଧାୟକ ଅରୁଣ ସାହୁଙ୍କୁ କ୍ଷମା ମାଗନ୍ତୁ ବୋଲି ଲେଖା ଯାଇଛି। ଏହା ସହ ଥାନାରେ କରିଥିବା ମାମଲା ଉଠାଇ ନେବାକୁ ଧମକ ମଧ୍ୟ ଦିଆଯାଇଛି।

ଚିଠିଟିକୁ ବୋଦାପଡ଼ା ଗ୍ରାମବାସୀ ଲେଖିଥିବା ନେଇ ଉଲ୍ଲେଖ ରହିଛି।

ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଚିଠି ଓ ପାର୍ସଲକୁ ନେଇଯାଇଥିବାବେଳେ ପାର୍ସଲରେ କ’ଣ ରହିଛି ତାହା ସ୍ପଷ୍ଟ ହୋଇନି।

ଚିଠି କିଏ ପଠାଇଛି ସ୍ପଷ୍ଟ ହୋଇନଥିବାବେଳେ, ବିଧାୟକ ଅରୁଣ ସାହୁଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like